୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ ଏହି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସାରା ଓଡ଼ିଶାରେ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଉତ୍ସବର ଭବ୍ୟ ପରିବେଶ । ଆଇ ଆଇ ଟି,ଆଇ ଆଇ ଏମ୍, ଆଇ ଆଇ ଏମ୍ ଟି, ନାଇଜର,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସ୍କିଲ ଡେଭଲପମେଣ୍ଟ ଇନିଷ୍ଟିଚୁଟ, କିଟ୍,ସୋଆ,ସେଞ୍ଚୁରିଆନ ଏବଂ ସି ଭି ରମଣ ସମେତ ସମସ୍ତ ଆଗ ଧାଡ଼ିର ଅନୁଷ୍ଠାନ ମାନେ ଆଗକୁ ଆସି ଏହା ପାଳନ କରିଛନ୍ତି ।
ଆଜିଠାରୁ ଏପ୍ରିଲ ୨୫ ଯାଏଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଓ ଦକ୍ଷତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହେବ । ଏପ୍ରିଲ ୨୬ରେ ‘ଭବିଷ୍ୟତର କାର୍ଯ୍ୟ’ ଉପରେ ସେମିନାର ଏବଂ ପ୍ରଦର୍ଶନୀ,୨୭ରୁ ୨୯ ପର୍ଯ୍ୟନ୍ତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ,୨୮ରେ ପ୍ରତିନିଧି ମଣ୍ଡଳୀଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ଦେଶ ସମୂହର ପ୍ରତିନିଧିଙ୍କ ସହ ଯୋଗଦେବେ ଅନେକ ଶିଳ୍ପ ସଂସ୍ଥା ଏବଂ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରର ୭୫ଟି ଅନୁଷ୍ଠାନ ।
