ଉତ୍କଳ ଦିବସରେ ରେଳ ମନ୍ତ୍ରୀଙ୍କ ବାର୍ତ୍ତା

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ଖୋର୍ଦ୍ଧା-ଜଟଣୀ  :- “ଆଜି ଦୁନିଆରେ ଯେତେ ସବୁ ଭାଷା ଅଛି,ସେ ସବୁ ମନୁଷ୍ୟ କୃତ ଅଟେ । ଯଦି ଆମେ ଏହି ସବୁ ଭାଷାର ଉତ୍ପତ୍ତି ବିଷୟରେ ବିଶ୍ଳେଷଣ କରୁ, ତେବେ ଆମେ ଜାଣିବାକୁ ପାଇବା ଯେ ସମଗ୍ର ବିଶ୍ୱରେ କେବଳ ଗୋଟିଏ ଭାଷା ଅଛି ଯାହା ମଣିଷ ଦ୍ୱାରା ସୃଷ୍ଟି ହୋଇନାହିଁ,ବରଂ ଏହା ମହାପ୍ରଭୂ ଜଗନ୍ନାଥଙ୍କ ପ୍ରଦତ୍ତ ଅଟେ,

ଏବଂ ତାହା ହେଉଛି ଓଡିଆ ଭାଷା । ଏହାକୁ ମହାପ୍ରଭୂ ଜଗନ୍ନାଥ ଓଡିଆ ଲୋକଙ୍କୁ ମହାପ୍ରସାଦ ଭାବରେ ଉପହାର ଦେଇଛନ୍ତି । ସେଥିପାଇଁ ଓଡିଆ ଭାଷା ଏତେ ମଧୁର ଭାଷା ଅଟେ” ଶ୍ରୀ ଅଶ୍ୱିନ ବୈଷ୍ଣବ । ଉତ୍କଳ ଦିବସର ଶୁଭ ଅବସରରେ ଶ୍ରୀ ବୈଷ୍ଣବଙ୍କ ସମସ୍ତ ଓଡିଶା ବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Exit mobile version