Home ଓଡ଼ିଶା ରଣପୁର ରେ ଧୁମ ଧାମରେ ପାଳିତ ହେଲା ରାମ ନବମୀ ମହୋତ୍ସବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ପାରମ୍ପରିକ ନୃତ୍ୟ ସହ ରାମଚନ୍ଦ୍ର ଙ୍କ ଭଜନ ରେ ଯୁବକ ମାନେ ଗୀତ ର ତାଳେ ତାଳେ ଝୁମି ଥିବା ଦେଖିବାକୁ ମିଳିଥିଲା । ୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ପ୍ରବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଞ୍ଚଳ ହୋଇଯାଇଥିଲା । ପଞ୍ଚୁଦୋଳ ପରେ ପରେ ରଣପୁର ରାମନବମୀ ମହୋତ୍ସବ ରଣପୁର ବଜରଙ୍ଗି ସେନା କମିଟି ତରଫରୁ ରଣପୁରରେ ପ୍ରଥମ ଥର ପାଇଁ ଏଭଳି ଏକ ରାମନବମୀ ଶୋଭାଯାତ୍ରା ପାଳନ କରାଯାଇଛି । ରଣପୁର ରାମନବମୀ ମହୋତ୍ସବ କମିଟି ତରଫରୁ ଦୀର୍ଘଦିନ ଧରି ରାମନବମୀ କୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଚଳାଇଥିଲା । ଯାହାଫଳରେ କିଛି ଦିନ ଧରି ରଣପୁର ବଜାର ଓ ବଡଦାଣ୍ଡ ଗେରୁଆ ହନୁମାନ ପତକାରେ ଆଛାଦିତ ହୋଇଯାଇଥିଲା । ଅପରାହ୍ନରେ ପ୍ରଥମେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସଂହ ଦେଓ ଏକ ଶୋଭାଯାତ୍ରା ରେ ଆସି ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ । ପରେ ଏକ ଶୋଭାଯାତ୍ରା ରେ ପଚୁଂଦୋଳ ପଡିଆରେ ଥିବା ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀ ରାମ ଙ୍କର ପୂଜା ପାଠ ସହ ମନ୍ତ୍ର ଉଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂହ ଦେଓ ଯୋଗ ଦେଇଥିଲେ । ସେଠାରେ ହଜାର ହଜାର ରାମ ଭକ୍ତ ମାନେ ରାମ ଧ୍ୱନୀରେ କମ୍ପମାନ କରିଥିଲେ । ଦୀର୍ଘ ସମୟ ଧରି ପୂଜା ପାଠ ପରେ ଏକ ବିଶାଳ ଶୋଭାଯାତ୍ରା ସହ ବାଜା,ବାଣ ରୋଷଣୀ ସହ ରଣପୁର ପରିକ୍ରମା କରିଥିଲା । ରାମଧ୍ୱନିରେ ରଣପୁର ବଡଦାଣ୍ଡ କମ୍ପିଥିଲା । ଏଥିରେ ଏକ ଦଶଫୁଟର ରାମମୂର୍ତ୍ତୀ ଓ ହନୁମାନ ଙ୍କ ମୂର୍ତ୍ତୀ ସାମିଲ ହୋଇଥିଲା । ଢୋଲ ,ଘଂଟ, ମାଦଳ ଓ ରାମ ଧ୍ୱନିରେ ରଣପୁର ଏକ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲା । ଏଥିରେ ମୁଖ୍ୟତଃ ପାରମ୍ପରିକ ନୃତ୍ୟ ଓଡିଶୀ,ଘୋଡା ନାଚ,ବାଘ, ଭାଲୁ ଲଢେଇ ସହ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ କରାଯାଇଥିଲା । ମଚଂ ଉପରେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଓଡଶୀ ନୃତ୍ୟ ପରିବେଷଣ ବେଶ୍ ଆକର୍ଷଣୀୟ ହୋଇଥିଲା । ଏହି ଶୋଭାଯାତ୍ରା ରେ ହଜାର ହଜାର ରାମ ଭକ୍ତ ସାମିଲ ହୋଇ ଏହି ମାହୋଲ କୁ ଆନନ୍ଦର ସହ ଉପଭୋଗ କରିଥିଲେ ।ଶୋଭାଯାତ୍ରା ଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂବା ପରେ ଶ୍ରୀ ରାମ ଙ୍କର ଆଳତୀ କରାଯାଇଥିଲା । ହଜାର ହଜାର ରାମ ଭକ୍ତ ହାତ ରେ ପତକା ଧରି ବେକ ଓ ମସ୍ତକରେ ରେ ଉତରୀୟ ପରିଧାନ କରି ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ରାମଚନ୍ଦ୍ର ଙ୍କ ଭଜନ ରେ ଯୁବକ ମାନେ ଗୀତ ର ତାଳେ ତାଳେ ଝୁମି ଥିବା ଦେଖିବାକୁ ମିଳିଥିଲା । ରାମନବମୀ ଉପଲକ୍ଷେ ରଣପୁର ସମସ୍ତ ମଠ ଓ ମନ୍ଦିରରେ ଧୁମଧାମରେ ପାଳନ ହେଇଥିବା ସାଙ୍ଗ କୁ ରାମନବମୀ ମହୋତ୍ସବ ଭଳି ଏକ କାର୍ଯ୍ୟକ୍ରମ ସମଗ୍ର ଅଚଂଳକୁ ଉଚ୍ଚାୟତ କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୫ ଘଂଟା ର ଶୋଭାଯାତ୍ରା ପରେ ରାମ ଭକ୍ତ ମାନେ ରଣପୁର ଅଧୀଷ୍ଠାତି ଦେବୀ ମା ମଣିନାଗ ଙ୍କ ନିକଟରେ ପହଚିଂଥିଲା । ଏହି ଶୋଭାଯାତ୍ରା ରଣପୁର ପରିକ୍ରମା କରିବା ବେଳେ ପ୍ରତି ଛକ ମାନଙ୍କରେ ଶହଶହ ଶ୍ରଦ୍ଧାଳୁ ମାନେ ଭିଡ ଜମାଇ ଥିବା ଦେଖିବାକୁ ମିଳିଥିଲା । ରାମ ସେନା ପକ୍ଷରୁ ପ୍ରତି ଛକ ମାନଙ୍କରେ ଦହିପଣା ଓ ଛେନାପଣା ର ବ୍ୟବସ୍ଥା କରାଯାଇଥିଲା । ଶେଷରେ ମଣିନାଗ ପୀଠରେ ରାମ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ । ରାମ ନବମୀ ମହୋତ୍ସବ କମିଟିର ସଭ୍ୟମାନେ ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହ ସଫଳ ରୁପାୟନ କରିଥିଲେ । ଏଥିସହିତ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଲୋକ ଙ୍କ ଭିଡ଼ ଓ ଶାନ୍ତି ଶୃଙ୍ଖଳା ର ବିଶେଷ ଧ୍ୟାନ ଦିଆଯାଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026