ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜ଼ିଲ୍ଲା ସମ୍ମିଳନୀ

ଭାରତ କୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ : ରାମଦତ୍ତ ଚକ୍ରଧର

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜ଼ିଲ୍ଲା ମୋହନା ଠାରେ ଉତ୍କଳ ଦିବସ ଏବଂ ହିନ୍ଦୁ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜ଼ିରାଙ୍ଗ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର ର ଗୁରୁଜୀ ଖେମ୍ପୋପେମା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସଂଘ ର ଅଖିଳଭାରତୀୟ ସହ ସର କାର୍ଯ୍ୟବାହ ରାମଦତ୍ତ ଚକ୍ରଧର ଯୋଗ ଦେଇ ନିଜ ଅଭିଭାଷଣ ରେ ଭାରତ କୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତ ଏକାଠି ହେବାପାଇଁ ଆହ୍ୱାନ କରିଥିଲେ lଆସନ୍ତା ୨୦୨୫ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏକ ଶହ ବର୍ଷ ରେ ପଦାର୍ପଣ କରିବ l ତେଣୁ ସଂଘ କାର୍ଯ୍ୟକୁ ଆହୁରି ବିସ୍ତାର କରିବାକୁ ସେ ଆହ୍ବାନ ଦେଇଛନ୍ତି l ଏହି ଅବସରରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ହିନ୍ଦୁ ଧର୍ମାବଲମ୍ବି ଜନସାଧାରଣ ସ୍ଥାନୀୟ ଶିବମନ୍ଦିର ରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ lପରେ ସଂଘର ର ସ୍ୱୟଂସେବକ ମାନେ ପୂର୍ଣ୍ଣ ଗଣବେଶ ରେ ଘୋଷବାଦ୍ୟ ସହ ସଞ୍ଚାଳନ କରିଥିଲେ l ଅପରାହ୍ନ ରେ ସ୍ଥାନୀୟ ହାଇସ୍କୁଲ ପଡିଆ ରେ ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରୁ ଆସିଥିବା ସ୍ୱୟଂ ସେବକମାନେ ଶାରୀରିକ ପ୍ରଦର୍ଶନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ବିଭାଗ ସଙ୍ଘ ଚାଳକ ଭଗବାନ ତ୍ରିପାଠୀ, ଗଜପତି ଜ଼ିଲ୍ଲା ସଙ୍ଘ ଚାଳକ ଗୌରାଙ୍ଗ ପାଣିଗ୍ରାହୀ ,ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝୀ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ସହ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍, ଜିଲ୍ଲା କlର୍ଯ୍ୟବାହ ଅମୂଲ୍ୟ ପାତ୍ର, ସହ ଜିଲ୍ଲା କlର୍ଯ୍ୟବାହ ପ୍ରଶାନ୍ତ ସୁବୁଦ୍ଧିଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଏବଂ ସ୍ୱୟଂ ସେବକମାନେ ପରିଚାଳନା କରିଥିଲେ l

 

Exit mobile version