ବମ୍ଫକୁଦ ଗ୍ରାମର ମା, ଯୋଗିଆଣୀଙ୍କ ନୂତନ ପୀଠରେ ବିଶ୍ୱଶାନନ୍ତି ଯଞ ଆରମ୍ଭ

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ବମ୍ଫକୁଦ ଗ୍ରାମର ମା, ଯୋଗିଆଣୀଙ୍କ ୧୮ ତମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଞ ଶନିବାର ଠାରୁ ଆରମ୍ଭ ହୋଇଛି । ଏହି ଯଞକାର୍ଯ୍ୟ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇ ୫ ତାରିଖରେ ଉଦଯାପିତ ହେବ । ଏହି ଉପଲକ୍ଷେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁମାନେ ପୁରାତନ ଯୋଗୀଆଣୀ ମନ୍ଦିର ନିକଟସ୍ଥ ପୁରୀ ମୁଖ୍ୟ କେନାଲରେ କଳସ ବୁଡାଇ, ବାଜା ବାଣ ରୋଷଣୀ କରି କଳସ ଶୋଭାଯାତ୍ରାରେ ଆସି ନୂତନ ମନ୍ଦିର ଯଞସ୍ଥଳୀରେ ପହଞ୍ଚିଥିଲେ ।କର୍ତ୍ତା କିଶୋର ଚନ୍ଦ୍ର ଜେନା ( ମିଟୁ ),କର୍ତ୍ତୀ ମାମା ଜେନା । ୩,୪,୫ ତାରିଖ ତିନି ଦିନ ଧରି ଅପେରା ପରିବେଷଣ କରାଯିବ ।ଏହି ଯଞ ସ୍ଥଳୀରେ ମିନାବଜାର ସାଙ୍ଗକୁ ଚଟପଟି ଖାଦ୍ୟର ଦୋକାନ ଖୋଲିଥିବାରୁ ଯଞ ସ୍ଥଳରେ ଭିଡ଼ ଲାଗିବ । ପୂର୍ଣ୍ଣ ଚନ୍ଦ୍ର ଜେନା ( ପାକୁଆ ), ଭଲଭ କୁମାର ଜେନା, ଅଭୟ କୁମାର ଜେନା, ସରୋଜ କୁମାର ଜେନା, ଟୁନା ଜେନା, ପ୍ରଦ୍ୟୁମ୍ନ କୁମାର ଜେନା, ଆଲୋକ କୁମାର ଜେନା ପ୍ରମୁଖ ଯଞ ଏବଂ ଅପେରା କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲା ବେଳେ , ସେମାନଙ୍କୁ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ସମସ୍ତ ଯୁବକ ସହଯୋ କରୁଛନ୍ତି ।

Exit mobile version