
୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ବିଜୁ ଜନତା ଦଳ ତରଫରୁ ଆଜି ଶନିବାର ପୂର୍ବାହ୍ନରେ ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏନଏସିର ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଉପନଗରପାଳ ଶ୍ରୀ ଭଗବାନ ପ୍ରଧାନ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀମତୀ ଅନିତା ସ୍ୱାଇଁ, ବିଜେଡି ଉପସଭାପତି ଶ୍ରୀ ଗଣେଶ ପ୍ରଧାନ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, ଡିଜିଟାଲ ସେକ୍ରେଟାରୀ ଶ୍ରୀ ବଟକୃଷ୍ଣ ପ୍ରଧାନ ଏବଂ ସମସ୍ତ ଏନଏସି କର୍ମଚାରୀ,ବାଲୁଗାଁ ଏନଏସି ବିଜେଡ଼ି ର କର୍ମୀ, ନାରୀ ନେତ୍ରୀ ମାନେ ଏନଏସି କାର୍ଯ୍ୟାଳୟ ଠାରେ ଯୋଗ ଦେଇ ଉତ୍କଳ ଦିବସ ପାଳନ କରି କାର୍ଯ୍ୟାଳୟ ଠାରୁ ପଦଯାତ୍ରାରେ ବାହାରି ଗାନ୍ଧିଛକ ଠାରେ ପହଞ୍ଚି ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପ ମାଳ ଦେଈ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଉତ୍କଳର ମହାପୁରୁଷ ମାନଙ୍କୁ ପୁଷ୍ପ ମାଳ ଦେଇଥିଲେ ପରେ ବାଲୁଗାଁ ଚିଲିକା କୁଳ ଠାରେ ଥିବା ସରକାରୀ ବାଳିକା ବିଦ୍ୟାଳୟ ରେ ପାଳନ ହେଉ ଥିବା ଉତ୍କଳ ଦିବସରେ ଯୋଗଦାନ କରି ଶେଷରେ ଜରା ନିବାସ ରେ ବୃଦ୍ଧ ବୃଦ୍ଧା ଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ବିଦ୍ୟାଳୟ ମାନଙ୍କ ଉନ୍ନତି ବିଷୟରେ ଆଲୋଚନା କରିଥିଲେ l

