ପାଟଣାଗଡରେ କୋଶଲି ବିଚାର ମଞ୍ଚ ପକ୍ଷରୁ ଓଡ଼ିଶା ଦିବସ କୁ କଳା ଦିବସ ଭାବେ ପାଳିତ

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ସାରା ଓଡିଶାରେ ଏପ୍ରିଲ ୧ ତାରିଖକୁ ଓଡିଶାର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ଭାବେ ପାଳନ କରାଯାଉଥିବା ବେଳେ ପାଟଣାଗଡରେ କୋଶଲି ବିଚାର ମଞ୍ଚ ତରଫରୁ ଏହାକୁ କଳା ଦିବସ ପାଳନ କରାଯାଇଛି । ଆବାହକ ଡିଙ୍ଗର କୁମାରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ କୋସଲ ସଂଗ୍ରାମୀ ଜନସନ ନାଗ, ଶାନ୍ତନୁ ବୁଧିଆ,ରଂଜିତ ସାହୁ , କ୍ଷୀରୋଦ୍ର କୁମାର ସାହୁ ତଥା ଅନ୍ଯ ସଂଗଠନର ସାମାଜିକ କର୍ମୀ ଓ ସଂଗ୍ରାମୀ ମାନେ ଅଂଶ ଗ୍ରହଣ କରିଥିଲେ । ପାଟଣାଗଡ ବ୍ଲକ ଛକରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବିକ୍ଷୋଭକାରୀ ମାନେ ସହରର କଲେଜ ଛକ, ଏନ ଏ ସି ଛକ, ଧୁମାଭଟା ଛକ, କାଦୋପଡା ଛକ ରାମଜୀଛକ ତଥା ବସ୍ ଷ୍ଟାଣ୍ଡରେ ପଥପ୍ରାନ୍ତ ସଭା କରିଥିଲେ । କଳିଙ୍ଗ, କୋଶଲ ଓ ଉତ୍କଳକୁ ନେଇ ଓଡିଶା ଗଠନ ହୋଇଥିବା ବେଳେ ରାଜ୍ଯ ସରକାର କେବଳ ଉତ୍କଳ ଦିବସ ପାଳନ କରୁଛନ୍ତି ତଥା ବନ୍ଦେ ଉତ୍କଳ ଜନନୀ କୁ ରାଜ୍ଯ ସଂଗୀତ ମାନ୍ଯତା ଦେଇ କୋଶଲାଞ୍ଚଳକୁ ଅଣଦେଖା କରୁଥିବାରୁ ଏହାର ପ୍ରତିବାଦରେ କଳା ଦିବସ ପାଳନ କରାଯାଉଛି ବୋଳି ବିକ୍ଷୋଭକାରୀ ମାନେ କହିଛନ୍ତି । ସ୍ବତନ୍ତ୍ର କୋଶଲ ରାଜ୍ଯ ଗଠନ ହେବା ପର୍ଯ୍ଯନ୍ତ ଏଭଳି ବିକ୍ଷୋଭ ଜାରି ରହିବ ବୋଲି କୋଶଲି ବିଚାର ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Exit mobile version