Home ଓଡ଼ିଶା ପାଟଣାଗଡ଼ ପ୍ରାଶାସନ ପକ୍ଷରୁ ଉପଖଣ୍ଡ ସ୍ତରୀୟ ୮୬ ତମ ଓଡିଶା ଦିବସ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଓଡ଼ିଆ ପଂରମ୍ପରା କୁ ହୃଦୟ ସହକାରେ ଭଲ ପାଇବା ସହ ସ୍ବାର୍ଥ କୁ ଜଳାଞ୍ଜଳି ଦେଇ ଏକଜୁଟ ହୋଇ କାମ କଲେ ନିଶ୍ଚିତ ଭାବ ରେ ଅଞ୍ଚଳ ଦିନେ ଉନ୍ନତି ଶିଖରେ ପହଞ୍ଚିବ : ଉପଜିଲ୍ଲାପାଳ ଶ୍ରୀ ସେଠି । ୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ସ୍ଥାନୀୟ ରମାଇ ହାଇସ୍କୁଲ ପରିସରରେ ଉପଖଣ୍ଡ ସ୍ତରୀୟ ୮୬ ତମ ଓଡିଶା ଦିବସ ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି । ସକାଳେ ସହରର ବିଭିନ୍ନ ଛକ ଗୁଡିକ ରେ ଥିବା ମହାପୁରୁଷ ମାନଙ୍କ ମୂର୍ତ୍ତି ଉପରେ ପ୍ରଶାସନ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଆୟୋଜିତ ସାଧାରଣ ସଭା ରେ ମୂଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, କବି ଲିଙ୍ଗରାଜ ଚିନ୍ଦା, ଆଇନଜୀବୀ ଇନ୍ଦୁଭୁଷଣ ଠାକୁର, ଲକ୍ଷ୍ମୀ କାନ୍ତ ମିଶ୍ର ଏନ୍ ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ନିଜର ଶ୍ରମ ଦେଇଥିବା ମହାମୁନିସି ମାନଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ସହ ମାଲ୍ୟାର୍ପଣ କରିବା ସହ ସେମାନଙ୍କୁ ମନେପକାଇ ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଇଥିଲେ । ପ୍ରାରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଓଡ଼ିଶା ଓ ଓଡ଼ିଆ ଭାଷା ,ଓଡ଼ିଆ ଜାତି ପାଇଁ କୌଣସି କ୍ଷେତ୍ରରେ କମ ନୁହେଁ । ୧୯୩୬ ମସିହା ପୂର୍ବରୁ ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଓଡ଼ିଶା ପରେ ମହାମୁନିସି ଙ୍କ ପ୍ରଚେଷ୍ଟା ରେ ଏକ ସ୍ଵତନ୍ତ୍ର ରାଜ୍ୟ ଭାବେ ଗଢ଼ି ଉଠିଥିଲା । ବର୍ତମାନ ଆମେ ସମସ୍ତେ ନିଜ ସ୍ବାର୍ଥ କୁ ଜଳାଞ୍ଜଳି ଦେଇ ଏକଜୁଟ ହୋଇ କାମ କଲେ ଓଡ଼ିଶା ସମେତ ଆମ ଅଞ୍ଚଳ ର ବିକାଶ ହେବ ବୋଲି ଉପଜିଲ୍ଲାପାଳ ଡ଼ ସେଠି ତାଙ୍କ ଅଭିଭାଷଣରେ କହିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏଥିରେ ଅଙ୍ଗନବାଡ଼ି , ଆଶା କର୍ମୀ, ବୁଦ୍ଧିଜୀବୀ ,କବି , ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଞ୍ଜୀବ କୁମାର ମହାନ୍ତି ସ୍ବାଗତ ଭାଷଣ ସହ ସଭା ପରିଚାଳନା କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026