ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଶହୀଦ ଯବାନମାନଙ୍କୁ ମହମବତୀ ଶୋଭାଯାତ୍ରା

ଓଡିଶା ତାଜା ନ୍ୟୁଜ୍ (୧୭ ଜୁନ୍ ବୁଧବାର) ଭୁବନେଶ୍ୱର :- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା କଂଗ୍ରେସ ଭବନଠାରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ଇଣ୍ଡୋ ଚାଇନା ସୀମାରେ ସହୀଦ ହୋଇଥିବା ସମସ୍ତ ବୀର ଭାରତୀୟ ସୌନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଉପରୋକ୍ତ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ମହାରଥୀ ଏହି କଠିନ ସମୟରେ ସମଗ୍ର ଭାରତବର୍ଷ ଦଳମତ ନିର୍ବିଶେଷରେ ଦେଶର ସେନାବାହିନୀ ସହିତ ଛିଡା ହୋଇଅଛି କହିବା ସହିତ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କୁ କାଳବିଳମ୍ବ ନକରି ତତ୍‌କ୍ଷଣାତ ଚାଇନା ବିରୁଦ୍ଧରେ ସାମରୀକ ପଦକ୍ଷେପ ନେବାପାଇଁ ସେନାବାହିନୀକୁ ସଂପୂର୍ଣ୍ଣ କ୍ଷମତା ଦେବାପାଇଁ ଆହ୍ୱାନ ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ରଞ୍ଜିତ ପାତ୍ର, ସଂକୁନା କହଁର, ଦେବାଶିଷ ମହାପାତ୍ର, ସ୍ୱାଗତ କର, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ନଳିନୀ କାନ୍ତ ନାୟକ, ଜ୍ଞାନରଞ୍ଜନ ରାଉତ, ଚିନ୍ମୟ ପ୍ରଧାନ, ପ୍ରତାପ, ଶୁଭ୍ରଜିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

dishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version