Home ଓଡ଼ିଶା ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ : ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ସରକାରୀ ସ୍କୁଲରେ ମରାମତି କାର୍ଯ୍ୟ ନାବାଳକ ଶ୍ରମିକଙ୍କ ଦ୍ବାରା କିଭଳି କରାଯାଉଥିଲା । କେଉଁ ଠିକାଦାର ଏହି କାର୍ଯ୍ୟ କରୁଥିଲେ ଏବଂ କେଉଁ ଅଧିକାରୀ କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିଲେ । ଏଥିସହିତ ନାବାଳକ ଶ୍ରମିକଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କିଭଳି କରାଯାଉଥିଲା ୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ପଡ଼ିବା ବେଳେ ନାବାଳକର ମଳ ଦ୍ବାରରେ ଶାବଳ ପଶି ଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଶନିବାର ସକାଳେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମ କରିବା ପାଇଁ ଯାଇଥିଲେ । ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲା ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ । ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସ ରୁ ଖସି ଘର ଭିତରେ ଶାବଳ ଉପରେ ପଡ଼ିବାରୁ ଶାବଳଟି ଶକ୍ତି ର ତଳ ଦ୍ବାରରେ ପଶିଯାଇଥିବା ଜଣାପଡ଼ିଛି । ଘଟଣା ଘଟିବାର ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ସେପଟେ ସରକାରୀ ସ୍କୁଲରେ ମରାମତି କାର୍ଯ୍ୟ ନାବାଳକ ଶ୍ରମିକଙ୍କ ଦ୍ବାରା କିଭଳି କରାଯାଉଥିଲା । କେଉଁ ଠିକାଦାର ଏହି କାର୍ଯ୍ୟ କରୁଥିଲେ ଏବଂ କେଉଁ ଅଧିକାରୀ କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିଲେ । ଏଥିସହିତ ନାବାଳକ ଶ୍ରମିକଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କିଭଳି କରାଯାଉଥିଲା ଏହାର ତଦନ୍ତ ହେବା ହେବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026