Home ଓଡ଼ିଶା ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଖରିଫ ୨୦୨୩ ପାଇଁ ସହାୟତା : ୪୩ ଲକ୍ଷରୁ ଅଧିକ ଚାଷୀ ଙ୍କ ବ୍ଯାଙ୍କ ଖାତାରେ ୮୭୭ କୋଟି ଟଙ୍କା ର କାଳିଆ ସହାୟତା ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ ୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆ ଯାଇଛି । ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି । ୪୩ ଲକ୍ଷ ରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ଯାଙ୍କ ଖାତା କୁ ଦିଆ ଯାଇଛି । ଏହି ଅବସରରେ ଚାଷୀ ଭାଇ ମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀ ଙ୍କ କଲ୍ଯାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି ତେଣୁ ଆଜିର ପବିତ୍ର ଦିନ ରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ । ଓଡ଼ିଶା ଆଜି ଖାଦ୍ୟ ଶସ୍ୟ ଉତ୍ପାଦନ ରେ ଆତ୍ମ ନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଥିଲେ । ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ ସେମାନଙ୍କୁ କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ପୁଷ୍ଟି ଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀ ମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀ ମାନଙ୍କୁ ଫସଲ ବିବିଧ କରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ କାଳିଆ ଯୋଜନା ଚାଷୀ ମାନଙ୍କୁ ଆତ୍ମ ନିର୍ଭର କରିଛି । ଚାଷ ପାଇଁ ଧାର ଉଧାର ରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି । ଏହି ଅବସରରେ କେତେକ ଚାଷୀ ମାଲକାନଗିରିର ଗୋପୀନାଥ ପାଙ୍ଗି, ପୁରୀ ଜିଲ୍ଲା ପିପିଲିର ସୁଲୋଚନା ନାୟକ, ବରଗଡର ଦିପାଞ୍ଜଳି ପ୍ରମୁଖ କାଳିଆ ସହାୟତା ସମ୍ପର୍କରେ ସେମାନଙ୍କ ମତାମତ ରଖି ଏହାଦ୍ବାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦେଇଥିଲେ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ର କାଳିଆ ବୃତ୍ତି ଲାଭ କରିଥିବା କିରଣ କୁମାର ସାହୁ କିପରି ଏହି ସହାୟତା ଦ୍ଵାରା ସେ ଆଜି ବ୍ରହ୍ମପୁର MKCG Medical College ରେ ଡ଼ାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ କାଳିଆ ଯୋଜନାର ଉପଦେଷ୍ଟା ମାନେ ,ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ୍ ଅର୍ପଣ କରିଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ମା' ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ by Proprietor Abhimanyu Maharana June 24, 2026 ଭୁବନେଶ୍ୱରରେ "ଉତ୍କର୍ଷ ୨୦୨୬" ଅଲ୍ ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି by Proprietor Abhimanyu Maharana June 23, 2026 FTII and NTWB (Govt. Of India) to Host "UTKARSH 2026" — All Odisha Business Summit in Bhubaneswar on 28 June 2026 by Proprietor Abhimanyu Maharana June 23, 2026 ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ by Proprietor Abhimanyu Maharana June 23, 2026 Vedanta Power Debuts on D-Street, To Expand to 12 GW by FY33 by Proprietor Abhimanyu Maharana June 23, 2026 ଡି-ଷ୍ଟ୍ରିଟ୍ରେ ବେଦାନ୍ତ ପାୱାର୍ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ by Proprietor Abhimanyu Maharana June 23, 2026