ବଡ଼ ଘୋଷଣା : ଭୁବନେଶ୍ୱରରୁ କଟକ ରାସ୍ତା ଉପରେ ଚାଲିବ – ମେଟ୍ରୋ ଟ୍ରେନ

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ/ଭୁବନେଶ୍ୱର :- ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ନବୀନ ସରକାରଙ୍କ ବଡ଼ ଉପହାର । ମେଟ୍ରୋ ପ୍ରକଳ୍ପ (elevated corridor/ ଲମ୍ବା ଓଭରବ୍ରିଜ) ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଅପେକ୍ଷା କେବେ କେନ୍ଦ୍ରଠାରୁ ଅନୁମୋଦନ ଆଣିବେ ସାଧାରଣତଃ ମେଟ୍ରୋ ତିଆରିରେ ରାଜ୍ୟର ଅଧିକ ଭୂମିକା ରହିଥାଏ । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌, ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି । ଏହି ମେଟ୍ରୋ ପଥ ଭୁବନେଶ୍ୱର ଏୟାରପୋର୍ଟ-ଭୁବନେଶ୍ୱର ରେଳଷ୍ଟେସନ-ବାଣୀବିହାର-ପଟିଆ-ନନ୍ଦନକାନନ ଦେଇ ନେତାଜୀ ସୁଭାଷ ବୋଷ ସେତୁ(ତ୍ରିଶୂଳିଆ) ରେ ଲାଗିବ

 

Exit mobile version