Home ଓଡ଼ିଶା କଣ୍ଟାବାଞ୍ଜିରେ ଉଦଘାଟିତ ହେଲା କମ୍ୟୁନିଟି ରେଡିଓ ଷ୍ଟେସନ : ସାରା ରାଜ୍ୟରେ କଣ୍ଟାବାଞ୍ଜି କୁ ଆଉଁ ଏକ ପରିଚୟ ଦେବ ରେଡିଓ ଷ୍ଟେସନ – ଜିଲ୍ଲାପାଳ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲାର ପ୍ରଥମ କମ୍ୟୁନିଟି ରେଡିଓ ଷ୍ଟେସନ କଣ୍ଟାବାଞ୍ଜି ଠାରେ ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ପଦ୍ମଶ୍ରୀ ହଲଧର ନାଗ, କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ପ୍ରମୁଖ ଯୋଗ ଦେଇଥିଲା । ମଦର ଟେରେସା ମହିଳା ସେବା ଅନୁଷ୍ଠାନର ପ୍ରତିଷ୍ଠାତ ତଥା ବିଶିଷ୍ଟ ନାରିନେତ୍ରୀ ରଞ୍ଜୁ ରାଏମନଙ୍କ ପ୍ରଚେଷ୍ଟା ଯୋଗୁ ଆଜି ଏହି ରେଡିଓ ଷ୍ଟେସନ କଣ୍ଟାବାଞ୍ଜି ରେ ହୋଇ ପାରିଛି । ଜିଲ୍ଲା ରେ ଯେବେ ବି ନୂଆ କାମ ହୁଏ ତାହା କଣ୍ଟାବାଞ୍ଜି ରେ ହିଁ ପ୍ରଥମେ ଆରମ୍ଭ ହୋଇଥାଏ । ୨୦୦୨-୨୦୦୩ ରେ କେନ୍ଦ୍ର ସରକାର ତରଫରୁ ଏକ ଯୋଜନା ରହିଥିଲା । ବଲାଙ୍ଗୀର ଜିଲ୍ଲାରେ କମ୍ୟୁନିଟି ରେଡିଓ ଷ୍ଟେସନ ଆରମ୍ଭ ହେଉଛି ଯାହାକୁ ନେଇ ଆମେ ଖୁସି । କମ୍ୟୁନିଟି ରେଡିଓ ଷ୍ଟେସନ ମାଧ୍ୟମରେ ଚାଷୀ ମାନଙ୍କୁ ଏକ ଜୁଟ କରି କେମିତି ସେମାନେ ଭଲ ଚାଷ କରିବେ ସେମାନଙ୍କ ପରିବାରର ପୁଅ ଝିଅଙ୍କ ପାଠ ପଠାଇବା ଭଳି ଅନେକ କାମ ହୋଇଥିବା ଏବଂ ଏଥିରେ ହୋଇ ପାରିବେ । କମ୍ୟୁନିଟି ରେଡିଓ ଷ୍ଟେସନ ମାଧ୍ୟମରେ ଲୁକାୟିତ କଳା ମଧ୍ୟ ଆଗକୁ ଆସିବ ପାରିବ ଏବଂ ଲୋକେ ଏହାର ଲାଭ ଉଠାଇବେ । କମ୍ୟୁନିଟି ରେଡିଓ ମାଧ୍ୟରେ ଲୋକକୁ ଏବଂ ସରକାରଙ୍କୁ ମଧ୍ୟ ଲାଭ ହେବ । ଚାଷୀ ମାନଙ୍କ ଚାଷ କାମ ହେଉ , ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କ କାମରେ ଆସିବ ବୋଲି ଜିଲ୍ଲାପାଳ କହିଥିଲେ । ବହୁତ କମ ସମୟରେ କଣ୍ଟାବାଞ୍ଜି ରେ କମ୍ୟୁନିଟି ରେଡିଓ ଷ୍ଟେସନ କାମ ଶେଷ ହୋଇ ଆଜି କାର୍ଯ୍ୟକ୍ଷମ ହେଉଛି ତେଣୁ ମଦର ଟେରେସା ମହିଳା ସେବା ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ନାରିନେତ୍ରୀ ରଞ୍ଜୁ ରାଏମନଙ୍କୁ ଧନ୍ୟବାଦ ଦେଇଥିଲା ଜିଲ୍ଲାପାଳ । ଉପାନ୍ତ ଅଞ୍ଚଳର ଲୋକ ମାନଙ୍କ ପାଇଁ ଏହି କମ୍ୟୁନିଟି ରେଡିଓ ଏକ ବରଦାନ ସଦୃଶ ହେବ କାହିକି ନା ସରକାରଙ୍କ ଯୋଜନା ହେଉ କି ବ୍ୟବସାୟିକ ଭିତ୍ତି କାର୍ଯ୍ୟକ୍ରମ ଏଠି କରାଯିବ ଯାହା ଲୋକଙ୍କ କାମରେ ଆସିବ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମଦର ଟେରେସା ମହିଳା ସେବା ଅନୁଷ୍ଠାନର ସଦସ୍ୟ ମଞ୍ଜୁ ତନ୍ତି , ପୁଷ୍ପାମଞ୍ଜୁରୀ ଜାଲ , ଶିପ୍ରାଦେବୀ ଜାଲ , ରଞ୍ଜିତ ଯାଦବ, ରାଧେଶ୍ୟାମ ବେହେରା, ରୋହନ କୁମାର ମହତ, ସହ ବିଭିନ୍ନ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ by Proprietor Abhimanyu Maharana May 3, 2026 ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ by Proprietor Abhimanyu Maharana May 2, 2026 ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ by Proprietor Abhimanyu Maharana May 2, 2026 ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା by Proprietor Abhimanyu Maharana May 2, 2026 ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ by Proprietor Abhimanyu Maharana May 2, 2026 କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ - ବ୍ୟାପକ କ୍ଷୟକ୍ଷତି by Proprietor Abhimanyu Maharana May 2, 2026