ରାଜ୍ୟସ୍ତରୀୟ ଜୁନିଅର ରେଡ କ୍ରସରେ ଗଜପତି ଜିଲ୍ଲା ର ସଫଳତା

୩୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ ଠାରେ ତା-26/03/2023 ଠାରୁ 30/03/2023 ରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ରାଜ୍ୟସ୍ତରୀୟ ଜୁନିଅର ରେଡ କ୍ରସ ଶିକ୍ଷା ତଥା ତାଲିମ୍ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି, ଉକ୍ତ ଶିବିରରେ 25 ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସାମୁହିକ ନୃତ୍ୟ, ସାମୁହିକ ସଙ୍ଗୀତ ଗାନ ,ବିସ୍ତୃତ ଭାଷଣ, ପ୍ରବନ୍ଧ ଲିଖନ ଏବଂ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ଅନୁମୋଦନ କ୍ରମେ ଏବଂ ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ୱାବଧାନରେ ଗଜପତି ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଏମ. ଭାଲିଆସାହି, ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ରୁ ମୋଟ 10 ଜଣ ଜୁନିଅର ରେଡ଼ କ୍ରସ ଭଲ୍ୟୁଣ୍ଟର ଅଂଶଗ୍ରହଣ କରିଥିଲେ lଏହି ଜୁନିଅର ରେଡକ୍ରସ ଭଲ୍ୟୁଣ୍ଟର ମାନେ ଗ୍ରୁପ ଡାନ୍ସରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଶୋରେ ଅଂଶ ଗ୍ରହଣ କରିଥିବା ସମସ୍ତ ଭଲ୍ୟୁଣ୍ଟର ମାନଙ୍କୁ ସ୍ବର୍ଣ୍ଣ ପଦକ ଏବଂ ରୌପ୍ୟ ପଦକ ହାସଲ କରି ଜିଲ୍ଲାର ଗୌରବକୁ ବହୁଗୁଣିତ କରାଇଛନ୍ତି l ଉକ୍ତ କ୍ୟାମ୍ପରେ ସଂଜୀବ କୁମାର ଦାସ (JRCO), ପ୍ରହଲ୍ଲାଦ ଶିଅଳ, କେଦାରନାଥ କର ଆଦି କାଉନ୍ସିଲର ଭାବରେ ସମସ୍ତ ଦାୟିତ୍ୱ ସୁଚାରୁରୂପେ ବହନ କରିଛନ୍ତି l ଏଥିରେ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଧରିତ୍ରୀ ନାୟକ, ପ୍ରିୟଙ୍କା ମଣ୍ଡଳ, ଜୟନ୍ତୀ ଗମାଙ୍ଗ, ସୁମିତ୍ରା ବଡରଇତ, ସାନୁ ନାୟକ, କୃଷ୍ଣଚନ୍ଦ୍ର ଦଳାଇ, ଜ୍ୟୋତି ମଣ୍ଡଳ, ଚନ୍ଦ୍ରଶେଖର ଦଳାଇ ଏବଂ ସରକାରୀ ଉଚ୍ଚବିଦ୍ୟାଳୟ, ଛେଳିଗଡ଼ର ତାପସ ମଣ୍ଡଳ ଆଦି ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଦ୍ୟାଳୟର ସୁନାମକୁ ଆହୁରି ଉଚ୍ଚସ୍ତରକୁ ନେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ସଫଳତା ସାଉଁଟିଥିବା ଛାତ୍ରଛାତ୍ରୀମାନଙ୍କ କୃତିତ୍ୱରେ ମୁଗ୍ଧ ହୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆସାହିର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏହି ବିରଳ ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି l

Exit mobile version