Home ଓଡ଼ିଶା ଟାଟା ଟି’ ପ୍ରିମିୟମ୍ ପକ୍ଷରୁ ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ : ଉତ୍କଳ ଦିବସରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା ଲାଗି ଭୁବନେଶ୍ୱରର ଏକାମ୍ର ହାଟରେ ଏକ ସାରଗର୍ଭକ ପ୍ୟାନେଲ୍ ଆଲୋଚନାରେ ସାମିଲ ହେଲେ ସେଲିବ୍ରିଟି, କଳାକୃତି କର୍ମୀ ଓ କଳା ଉତ୍ସାହୀ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ଷ୍ଟାଇଲ୍ରୁ ଅନୁପ୍ରାଣିତ ହୋଇ ୯ ଲିମିଟେଡ୍ ଏଡିସନ୍ ଓ ଗୋଟିଏ ନୂଆ ବ୍ରାଣ୍ଡ୍ ଅଭିଯାନର ଶୁଭାରମ୍ଭ ସ୍ଥାନୀୟ ଗୌରବ ଜରିଆରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପାଳନ ୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ‘ଉତ୍କଳ ଦିବସ’ ପୂର୍ବରୁ ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍ ଟାଟା ଟି ପ୍ରିମିୟମ୍-ଦେଶ କି ଚାଏ ପକ୍ଷରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା ଲାଗି ଆଜି ୰ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏକାମ୍ର ହାଟରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଲାଗି ସେଲିବ୍ରିଟି, କଳାକୃତି କର୍ମୀ, କଳା ଉତ୍ସାହୀ ଓ କାରିଗରମାନେ ସମେସ୍ତ ଗୋଟିଏ ଛାତ ତଳେ ଏକତ୍ରୀତ ହୋଇଥିଲେ । ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ବୟନର ଚମତ୍କାର କାହାଣୀକୁ ଜୀବନ୍ତ କରିବା ଲାଗି ଓଡ଼ିଶାର ବିଭିନ୍ନ କୋଣର ନଅ ଭିନ୍ନ ଭିନ୍ନ ହସ୍ତତନ୍ତ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଲିମିଟେଡ୍ ଏଡିସନ୍ ଚା’ ପ୍ୟାକ୍ ଓ ବ୍ରାଣ୍ଡ୍ ସିନେମାକୁ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମର ଅଂଶସ୍ୱରୂପ ଟାଟା ଟି’ ପ୍ରିମିୟମ୍ ପକ୍ଷରୁ କାରିଗରମାନଙ୍କୁ ସେମାନଙ୍କ କୃତି ପ୍ରଦର୍ଶନ କରିବା ଲାଗି ପ୍ରତ୍ୟକ୍ଷ ପ୍ରଦର୍ଶନୀ ସହ ଏକ ମଂଚ ପ୍ରଦାନ କରାଯାଇଥିଲା । ଡିଜାଇନ୍ ଓ ପ୍ୟାକ୍କୁ ଜୀବନ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବୁଣାକାର କାରିଗରମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ସାରଗର୍ଭକ ଆଲୋଚନା କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ ତଥା ସୁଦର୍ଶନ ଆର୍ଟ ଆଣ୍ଡ୍ କ୍ରାଫ୍ଟ ଭିଲେଜ୍ର ପ୍ରତିଷ୍ଠାତା ସୁଦର୍ଶନ ସାହୁ, କଳାକୃତି କ୍ଷେତ୍ରର ପୁନରୁଦ୍ଧାର ପାଇଁ ସମର୍ପିତ ସଂସ୍ଥା “ଶ୍ରଦ୍ଧା’ର ସଭାପତି ଓ ଭାରତ ସରକାରଙ୍କ ପୂର୍ବତନ ବୟନ ସଚିବ ଡକ୍ଟର ସଂଜୟ କୁମାର ପଣ୍ଡା,କଳାକୃତି କର୍ମୀ ଓ ଓଡ଼ିତା ଟ୍ରଷ୍ଟର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ଅନିତା ସାବତ ଏବଂ ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅଂଶଗ୍ରହଣ କରି ସମସାମୟିକ ସମୟ ସହ ଖାପଖାଇବା ଭଳି ଆମ ପାରମ୍ପରିକ ହସ୍ତତନ୍ତର ପୁନରୁଦ୍ଧାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ରାଜ୍ୟ ଏହାର ପ୍ରାକୃତିକ ଶୋଭାରାଜି ଓ ଗୌରବମୟ ଇତିହାସ ସହିତ ଏହାର ଦୀର୍ଘସ୍ଥାୟୀ କାରିଗରୀ ପାଇଁ ମଧ୍ୟ ପରିଚିତ । ଓଡ଼ିଶାର ପ୍ରାଚୀନ ନାମ ‘ଉତ୍କଳ’ରେ ସେହି କାରିଗରୀ ସଂସ୍କୃତି ପ୍ରତଫଳିତ ହୋଇଛି । ଉତ୍କଳ ଉତ୍କୃଷ୍ଟ କଳାକାରମାନଙ୍କ ଭୂମି ଭାବେ ପରିଚିତ । ସେହି ସମୃଦ୍ଧ ଓ ସାଂସ୍କୃତିକ କଳା କାରିଗରୀର ଐତିହ୍ୟ ବିବିଧ କଳା ଓ ହସ୍ତକଳା, ନୃତ୍ୟ ଓ ସଙ୍ଗୀତ ପରମ୍ପରାରେ ଏବଂ ବୋଧହୁଏ ଓଡ଼ିଶା ହସ୍ତତନ୍ତରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି । ସମ୍ବଲପୁରର ସମ୍ବଲପୁରୀ ବାନ୍ଧ, ଗଂଜାମର ବୋମକାଇ, ଖୋର୍ଦ୍ଧାର ଧଳାପଥର ଓ କଳାହାଣ୍ଡିର ହବସପୁରୀ ଭଳି ବିବିଧ ପାରମ୍ପରିକ ହସ୍ତତନ୍ତ ଲାଗି ଓଡ଼ିଶା ପ୍ରସିଦ୍ଧ । ତେଣୁ ଗୌରବମୟ ଉତ୍କଳ ଦିବସରେ, ଟାଟା ଟି’ ପ୍ରିମିୟମ୍ର ଅଭିଯାନର ଅଂଶ ସ୍ୱରୂପ ଏକ ନୂଆ ସିନେମାକୁ ଉନ୍ମୋଚନ କରାଯାଇଛି ଯାହା ସ୍ଥାନୀୟ ଲୋକ କଳା ଓ ସଂସ୍କୃତିର ଏକ ଚିତାକର୍ଷକ ଦୁନିଆରେ ବିଚରଣ କରାଇବ ଯାହା ହସ୍ତତନ୍ତ ଷ୍ଟାଇଲ୍ରେ ଅନ୍ତର୍ନିହିତ ରହିଛି । ଏହି ଅଭିଯାନ ବିଷୟରେ ବର୍ଣ୍ଣନା କରି ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ର ସଭାପତି-ପ୍ୟାକେଜଡ୍ ବେଜରେଜେସ୍ (ଭାରତ ଓ ଦକ୍ଷିଣ ଏସିଆ) ପୁନୀତ ଦାସ କହିଛନ୍ତି ଯେ, “ଓଡ଼ିଶାର ଲୋକମାନଙ୍କ ସହିତ ଆମ ବ୍ରାଣ୍ଡ୍ର ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଆମର ଜାରି ରହିଥିବା ଉଦ୍ୟମର ଅଂଶସ୍ୱରୂପ ଏହି ଉତ୍କଳ ଦିବସରେ ଆମ ୰ଉତ୍କଳ କି କଳା ଅଭିଯାନ ଜରିଆରେ ରାଜ୍ୟର ହସ୍ତତନ୍ତ ସଂସ୍କୃତିକୁ ପାଳନ କରିବାକୁ ଆମେ ଉତ୍ସାହିତ । ଓଡ଼ିଶାର ବ୍ୟାପକ ହସ୍ତତନ୍ତ ଶାଢ଼ି ରାଜ୍ୟ ସାଂସ୍କୃତିକ ଭାବର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମ ଲିମିଟେଡ୍ ଏଡିସନ୍ ପ୍ୟାକ୍ରେ ଆମେ ଏହି ପାରମ୍ପରିକ ହସ୍ତତନ୍ତ ଓ ତାହାର ଯାଦୁକରୀ ଡିଜାଇନ୍କୁ ଜୀବନ୍ତ କରିପାରିଛୁ ।ସେହି କାହାଣୀକୁ ପ୍ୟାକ୍ଠାରୁ ଆଗକୁ ନେଇ ଏକ ସିନେମାରେ ଯୋଡ଼ାଯାଇଛି ଯାହାକୁ ଓଡ଼ିଶାର ଗ୍ରାହକମାନେ ଦେଖିପାରିବେ । ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ପାଳନ କରିବା ସହିତ ଏହି ଅଭିଯାନକୁ ଆଗକୁ ବଢ଼ାଇ ଏହି କଳାକାରମାନଙ୍କ ଯାଦୁରେ ଗୁରୁତ୍ୱାରୋପ କରି, ଓଡ଼ିଶାର ଲୋକମାନଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରିବା ହେଉଛି ଆମ ହାଇପରଲୋକାଲ୍ ରଣନୀତିର ମୂଳ ଉଦ୍ଦେଶ୍ୟ ।’’ ଏହି ପରିକଳ୍ପନା ପ୍ରସ୍ତୁତ କରିଥିବା ଏବଂ ପ୍ୟାକ୍ଗୁଡ଼ିକୁ ଡିଜାଇନ୍ କରିଥିବା ଟ୍ରି ଡିଜାଇନ୍ର ସହ ପ୍ରତିଷ୍ଠାତା ଅର୍ନବ ଚାଟାର୍ଜୀ କହିଛନ୍ତି ଯେ, “ଏଗୁଡ଼ିକୁ ନ୍ୟାୟ ପ୍ରଦାନ କରିବା ଲାଗି ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ମୂଳ ପର୍ଯ୍ୟନ୍ତ ପହଂଚିବାକୁ ଆମେ ନିଷ୍ପତି ନେଇଥିଲୁ । ଓଡ଼ିଶା ସାରା ଭ୍ରମଣ କରି ୮ ଦିନରେ ୧୦୦୦ କିମି ଯାତ୍ରା କରି ଆମେ ୯ ଜଣ ସ୍ଥାନୀୟ କଳାକାରଙ୍କୁ ଚିହ୍ନଟ କରଥିଲୁ ଯେଉଁମାନେ ପିଢ଼ି ପିଢ଼ି ଧରି ସ୍ୱତନ୍ତ୍ର ହସ୍ତତନ୍ତ ବୁଣିବା କଳାକୁ ଅଭ୍ୟାସ କରୁଛନ୍ତି । ଓଡ଼ିଶା ଦିବସ ଲାଗି ନିଜର ସମୃଦ୍ଧ ଓ ସ୍ୱତନ୍ତ୍ର ଏଥନିକ୍ ହସ୍ତତନ୍ତ ସଂସ୍କୃତି ଅନୁସାରେ ସ୍ୱତନ୍ତ୍ର ଲେଖାଏଁ ଶାଢ଼ି ପ୍ରସ୍ତୁତ କରିବାକୁ ଏହି ନଅ ଜଣ କଳାକାରଙ୍କୁ କୁହାଯାଇଥିଲା । ନଅ ଲିମିଟେଡ୍ ଏଡିସନ୍ ଓଡ଼ିଶା ଦିବସ ପ୍ୟାକ୍ ଏହି ଶାଢ଼ିଗୁଡ଼ିକ ଆଧାରରେ ପ୍ରସ୍ତୁତ ହୋଇଥିଲା । ଓଡ଼ିଶାରେ ଟାଟା ଟି ପ୍ରିମିୟମ୍ ଗ୍ରାହକଙ୍କୁ ସ୍ଥାନୀୟ ଗର୍ବର ଅନୁଭୂତି ପ୍ରଦାନ କରିବା ଲାଗି ସ୍ୱତନ୍ତ୍ର ଏଡିସନ୍ ଟି’ ବୁକ୍ଠାରୁ ଆରମ୍ଭ କରି ଆଉଟ୍ଡୋର ଓ ଛାପା ସହିତ ଓଡ଼ିଶା ଦିବସ ପାଇଁ ଏକ ସମ୍ପୂର୍ଣ୍ଣ ଅଭିଯାନ ପ୍ରସ୍ତୁତ କରିବା ଲାଗି ସେଗୁଡ଼ିକୁ ବ୍ୟବହାର କରାଯାଇଥିଲା ।’’ Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026