ପୁରୁଣା କାଚରାମାଳରେ ଆରମ୍ଭ ହେଲା ଭଗବତ୍ ସପ୍ତାହ ଗୀତା ମହାଯଜ୍ଞ

୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମର ମା, କାଳିକାଇଙ୍କ ପୀଠରେ ଆଜି ଠାରୁ ଏକ ସପ୍ତାହ ବ୍ୟାପୀ ଭଗବତ୍ ବାସୁଦେବ ଗୀତା ମହାଯଜ୍ଞ ଆରମ୍ଭ ହୋଇଛି । ଏହା ଆସନ୍ତା ୬ତାରିଖ ଚୈତ୍ର ପୂର୍ଣ୍ଣମୀ ରେ ଉଦଯାପିତ ହେବ । ଏନେଇ ଆଜି ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ନିକଟକୁ କୁଆଖାଇ ନଦୀର ଚନ୍ଦନ ଘଟରେ ପୂଜା ପାଠ ପରେ,ନଦୀ ଜଳରେ କଳସ ବୁଡାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଯଞସ୍ଥଳୀରେ ପହଞ୍ଚି ଥିଲେ । ଆଜି ଠାରୁ ଗ୍ରାମରେ ଭଗବତ୍ ଗୀତା ଯଞ ଆରମ୍ଭ ହୋଇଥିବାରୁ ଗ୍ରାମରେ ସାତଦିନ ଧରି ଆମିଷକୁ ବାରଣ କରାଯାଇଛି । ଏହି ଯଞରେ ଗ୍ରାମର ସମସ୍ତ ବୟଜ୍ୟେଷ୍ଠ ବକ୍ତି ଯୁବକ ମାନେ ଯଞ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

 

Exit mobile version