୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ବ୍ଲକ ଅନ୍ତର୍ଗତ ମଝିଆଖଣ୍ଡ ସ୍ଥିତ ବାବା କମଳେଶ୍ୱର ମହାଦେବଙ୍କ ଥିତିବର୍ଷ ଭଳି ଚଳିତ ବର୍ଷ ଆଜି ରୁକୁଣା ରଥାତ୍ରା ଅନୁଷ୍ଠିତ ହୋଇାଇଛି । ତେବେ ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ବାବା କମଳେଶ୍ୱର ମହାଦେବଙ୍କ ସମସ୍ତ ଦେବନୀତି ସଂନ୍ନ ହେବା ରେ ଅପରାହ୍ନ ସାଢେ ୪ ଟାରେ କମଳେଶ୍ୱର ମହାଦେବ ରଥାରୂଢ ହୋଇ ଥିଲେ । ଉକ୍ତ ମନ୍ଦିରର ମୂଖ୍ୟ ପୁରୋଧା ଗୋଦାବରୀ ଆଚାର୍ଯ୍ୟ ଛୋରାପହଁରା କରି ଥିଲେ । ପରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ରୁକୁଣା ରଥ ସଂନ୍ଧ୍ୟା ୬ ଟାରେ ରଘୁନାଥ ମନ୍ଦିର ସମ୍ମୁଖରେ ଲଗାଇଥିଲେ । ଆସନ୍ତାକାଲି ରଥଟଣା ହେବା ସାଙ୍ଗକୁ ଆଶୋକା ମନ୍ଦିର ନିକଟରେ ଲାଗିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ମିଳିଛି । ତେବେ ଏହି ଯାତ୍ରା ୭ ଦିନ ବ୍ୟାି ଅନୁଷ୍ଠିତ ହେବାକୁ ଥିବାବେଳେ ଥିତ୍ୟେହ ସଂନ୍ଧ୍ୟା ରେ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।
ତେବେ ସମଗ୍ର ରାଜ୍ୟରେ ୯ ଟି ଶୈବ ପୀଠରେ ଅଶୋକାଷ୍ଟମୀ ଅବସରରେ ରୁକୁଣା ରଥାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କମଳେଶ୍ୱର ମହାଦେବଙ୍କ ରୁକୁଣା ରଥାତ୍ରା ଅନ୍ୟତମ । ତେବେ ରଥାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହେବା । ପାଇଁ ସ୍ଥାନୀୟ ସରପଚଂ ମଧୁମିତା ତରେଇ ଉପସ୍ଥିତ ରହି ଶ୍ରଦ୍ଧାଳୁ ଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଦିଲ୍ଲୀ ବଳିୟାରସିଂହ, ନବ କିଶୋର ମହାପାତ୍ର, ଗଙ୍ଗାଧର ଆଚାନ୍ନ ହେବା ପାଇଁ ସ୍ଥାନୀୟ ସରପଚଂ ମଧୁମିତା ତରେଇ ଉପସ୍ଥିତ ରହି ଶ୍ରଦ୍ଧାଳୁ ଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଦିଲ୍ଲୀପ ବଳିୟାରସିଂହ, ନବ କିଶୋର ମହାପାତ୍ର, ଗଙ୍ଗାଧର ଆଚାର୍ଯ୍ୟ ଓ ବହୁ ଯୁବ ଗୋଷ୍ଠୀ ଉପସ୍ଥିତ ରହି ସହାୟତା କରିଥିଲେ ।
