୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆର ସୀତାପୁର ଗ୍ରାମ ନିକଟସ୍ଥ ସିୟୁଟିଏମର ସ୍କୁଲ ଅଫ୍ ମ୍ୟାନେମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ର ପରିଚାଳନା ଉତ୍ସବ ମଞ୍ଜାର୍ ୨୦୨୩ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ଏହି ମଞ୍ଜାର-୨୦୨୩ ର ଉଦଘାଟନୀ ସମାରୋହ ଆଜି ମାର୍ଚ୍ଚ ୨୮ ତାରିଖ ରେ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଅଡିଟୋରିୟମ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ମଞ୍ଜାର ଉତ୍ସବ ସମାରୋହରେ ବିଭିନ୍ନ ମହାବିଦ୍ୟାଳୟ’ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସିୟୁଟିଏମ: ର ଉପ ପ୍ରଫେସର ଡି.ଏନ. ରାଓ ସେମାନଙ୍କୁ ମ୍ୟାନେଜମେଣ୍ଟ ପକ୍ଷ’ରୁ ଉତ୍ସାହଜନକ ସମ୍ବୋଧନ ଦେଇ ସ୍ଵାଗତ ଜଣାଇଥିଲେ ।
ସେହିଭଳି ସିୟୁଟିଏମ.ର ରେଜିଷ୍ଟ୍ରାର ଡଃ ଅନୀତା ପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ପିଜିପି: ସଂଯୋଜକ ଡଃ ଦେବୀ ପ୍ରସାଦ ଶତପଥୀ ଏବଂ ଏଡମିନ ନିର୍ଦ୍ଦେଶକ ଡଃ ଦୁର୍ଗା ପ୍ରସାଦ ପାଢ଼ୀ ଏହି ଉତ୍ସବକୁ ସମ୍ବୋଧିତ କରିଥିଲେ । ମାଞ୍ଜାର-୨୦୨୩ର ଆବାହକ ଡଃ ସୁଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
