
୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳନ ହୋଇ ଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରତ୍ୟେକ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି । ଏ ନେଇ ସମଗ୍ର ଅଞ୍ଚଳ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ଏହି ଉପଲକ୍ଷେ ସକାଳୁ ସକାଳୁ ବହୁ ଭକ୍ତ ମାନେ ମା’ ପାଟଖଣ୍ଡା ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ରାମେଶ୍ୱର ମନ୍ଦିର ବିରୁପାକ୍ଷ ମନ୍ଦିର ଓ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିବା ବେଳେ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ହନୁମାନ ମୂର୍ତ୍ତି ନିକଟରେ ସ୍ଥାନୀୟ ହନୁମାନ ଚାଳିଶା କମିଟି ତରଫରୁ ଘୃତଯଜ୍ଞ ସହ ଶ୍ରୀରାମ ଚାଳିଶା ଏବଂ ସନ୍ଧ୍ୟାରେ ଏକତ୍ରିତ ହୋଇ ଏକ ସୁ-ସଜ୍ଜିତ ରଥରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ଓ ଚାଲିଚାଲି ଏକ ବିରାଟ ଶୋଭାଯାତ୍ରାରେ କୁନିକୁନି ପିଲା ମାନଙ୍କୁ ନେଇ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଭଳି ବିଭିନ୍ନ ବେଶ ଭୁଷାରେ ସଜ୍ଜିତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା ।

