ଶ୍ରୀରାମ ନଗର ରେ ତୃତୀୟ ବାର୍ଷିକ ରାନବମୀ ପାଳିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ  :- ପବିତ୍ର ଶ୍ରୀରାମ ନବମୀ ଅବସରରେ ଭୁବନ ଏନଏସି ଅନ୍ତର୍ଗତ ୨ ନମ୍ବର ଓ ୩ ନମ୍ବର ୱାର୍ଡର ଆଂଶିକ ଅଂଚଳକୁ ନେଇ ଗଠିତ ଶ୍ରୀରାମ ନଗରରେ ଚଳିତ ବର୍ଷ ତୃତୀୟ ବାର୍ଷିକ ରାମନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀରାମ ନଗର ପରିଚାଳନା ପରିଷଦ ତରଫରୁ ଅନୁଷ୍ଠିତ ପୂଜାରେ ରଘୁନାଥ ମିଶ୍ର କର୍ତା ସାଜିଥିବା ବେଳେ ସଭାପତି ରୋହିତ କୁମାର ବେହେରା,ଉପସଭାପତି ବିଜୟ କୁମାର ପୋଥାଳ,ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ସହ ସମ୍ପାଦକ ନିରଂଜନ ସାହୁ ,କୋଷାଧ୍ୟକ୍ଷ ମନମୋହନ ସାହୁ ଙ୍କ ସମେତ ଧିରେନ କୁମାର ବେହେରା, ଚନ୍ଦ୍ରକାନ୍ତ ପୃଷ୍ଟି, ଦୁଷ୍ମନ୍ତ କୁମାର ଦାସ , ଅଲେଖ ଚନ୍ଦ୍ର ପାତ୍ର, ତରଣୀସେନ ମହାରଣା, ହୃଷିକେଶ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ା ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ପୂଜାରେ ଯୋଗଦେଇ ସାମୁହିକ ପ୍ରସାଦସେବନ କରିଥିଲେ ।

Exit mobile version