୨୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଞ୍ଜମ ଜିଲ୍ଲା ଝରଣ ଗ୍ରାମରୁ ଏକ ଘୋରଇ ନାୟକ ଏଣ୍ଡ୍ ନାୟକ ବସ୍ ରେ କନ୍ୟାକୁ ଧରି ଆର,ଉଦୟଗିରି ଥାନା ରଙ୍ଗମାଟି ଗ୍ରାମରେ କନ୍ୟାକୁ ଛାଡି ଫେରିବା ସମୟରେ ଘୋଡାଶାଳ ଘାଟି ଉଠେଇବା ସମୟରେ ଗାଡି ନ ଉଠିବାରୁ ଲୋକଙ୍କୁ ଉଲାଇ ଗାଡି ଘାଟି ଉଠିଲାପରେ ଲୋକଙ୍କୁ ଗାଡିରେ ଚଢାବା ସମୟରେ ଗାଡିର ବେକ୍ ଫେଲ ହୋଇଯିବା ଗାଡି ପଛକୁ ପତଛ ଯାଇ ଏକ ପାହାଡ ଧକ୍କା ଦେଇଥିଲା ଗାଡିରେ ଥିବା ଲୋକ ମଧ୍ୟରୁ ୮ ଜଣ ଆହତ ହୋଇଥିଲେ ।
ସେମାନେ ହେଲେ ଝରଣ ଗ୍ରାମର ଜୀବନ ଶବର, ସଙ୍ଗିତା ଶବର, ଜନୁ ଗମାଙ୍ଗ, ଅନିତା ଶବର, ଉମିଳା ରାଇକା, ବୃଦ୍ଧ ସୁନାମ ମଣ୍ଡଳ ଓ ୧୪ ବର୍ଷର ଶିଶୁ ଆହତ ହୋଇଛିନ୍ତି । ଆହତମାନଙ୍କୁ ଆମ୍ବୁଲେନ୍ସ ଦ୍ବାରା ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭତ୍ତି କରିଥିଲେ । ସ୍ଥାନୀୟ ଡାକ୍ତର ଆହତ ଚିକିତ୍ସା କରି ସେଥିମଧ୍ୟରୁ ଦୁଇ ଜଣ ଗୁରୁତ୍ବର ଆହତ ସୁନାମ ମଣ୍ଡଳ ଓ ଶିଶୁ ପ୍ରମିକ ଶବର ଅଧିକ ଚିକିତ୍ସା ପାଇଁ ପାରଳାଖେମଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ଡାକ୍ତର କହିଛନ୍ତି । ଆଜି ଗଜପତି ଏସ୍ପି ଆସିଥିବାରୁ ସ୍ଥାନୀୟ ପୋଲିସ ଅଧିକାରୀ ବେତ୍ ଥିଲେ । ଦୁର୍ଘଟଣା ଖବର ପାଇଁ ଘଟଣାସ୍ଥଳ ପହଞ୍ଚି ତଦନ୍ତ କରୁଛନ୍ତି ।

