Home ଓଡ଼ିଶା ଆଭାଲନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୩ ଏପ୍ରିଲ୍ ୩ରେ ଖୋଲିବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଭାଲନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ଏହାର ୮୬୫୦ ନିୟୁତ ଟଙ୍କାର ଇନିସିଆଲ୍ ପବ୍ଳିକ୍ ଅଫର (ଆଇପିଓ)କୁ ୨୦୨୩ ଏପ୍ରିଲ୍ ୩ରେ ଖୋଲିବାକୁ ପ୍ରସ୍ତାବ ରଖିଛି । ଏହି ଅଫରରେ ୩୨୦୦ ନିୟୁତ ଟଙ୍କାର ନୂଆ ସେୟାର ଜାରି କରାଯିବାକୁ ଥିବା ବେଳେ ୫୪୫୦ ନିୟୁତ ଟଙ୍କାର ଅଫର ଫର୍ ସେଲ୍ ଜରିଆରେ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ । ଅଫର୍ ଫର୍ ସେଲ୍ରେ ଅଂଶଧନକାରୀମାନେ ଇକ୍ୱିଟି ସେୟାର ବିକ୍ରି କରିବେ । ଆଙ୍କର ନିବେଶକମାନେ ୨୦୨୩ ମାର୍ଚ୍ଚ ୩୧ ଶୁକ୍ରବାର ଦିନ ଏଥିପାଇଁ ବିଡ୍ ଦାଖଲ କରିପାରିବେ । ଏହି ଅଫର ୨୦୨୩ ଏପ୍ରିଲ୍ ୬ ତାରିଖ ଗୁରୁବାର ବନ୍ଦ ହେବ । ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୪୧୫ ଟଙ୍କାରୁ ୪୩୬ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୩୪ଟି ଇକ୍ୱିଟି ସେୟାର ପାଇଁ ଏବଂ ଏହା ପରେ ୩୪ ଇକ୍ୱିଟି ସେୟାରର ଗୁଣିତକ ହିସାବରେ ବିଡ୍ ଦାଖଲ କରିହେବ । ଏହି ଆଇପିଓ ଜରିଆରେ ମିଳିବାକୁ ଥିବା ପାଣ୍ଠିକୁ କଂପାନି ଏହାର ଓ ମାଟେରିଆଲ ସହାୟକ ସଂସ୍ଥା ଆଭାଲନ୍ ଟେକ୍ନୋଲୋଜି ଆଣ୍ଡ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ର ୧୪୫୦ ନିୟୁତ ଦେୟର ନିର୍ଦିଷ୍ଟ କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ଦେୟକୁ ଆଗୁଆ ପରିଶୋଧ କିମ୍ବା ପରିଶୋଧନ କରିବା, କଂପାନିର ୯୦୦ ନିୟୁତ ଟଙ୍କାର କାର୍ଯ୍ୟକାରୀ ପୁଂଜି ଆବଶ୍ୟକତାକୁ ପୂରଣ କରିବା ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି । ଅଫର୍ ଫର୍ ସେଲ୍ରେ କୁନହମିଦ୍ ବିଚାଙ୍କ ୧୩୧୦ ନିୟୁତ ଟଙ୍କାର ଇକ୍ୱିଟି ଅଂଶଧନ ଓ ଭାସ୍କର ଶ୍ରୀନିବାସନଙ୍କ ୧୭୨୦ ନିୟୁତ ଟଙ୍କାର ଇକ୍ୱିଟି ସେୟାର, ଟି ପି ଇମବିଚାମଦଙ୍କ ୧୬୦ ଟଙ୍କାର ଇକ୍ୱିଟି ସେୟାର, ମରିୟମ ବିଚାଙ୍କ ୧୦୦ ନିୟୁତ ଟଙ୍କାର ଇକ୍ୱିଟି ସେୟାର, ଆନନ୍ଦ କୁମାରଙ୍କ ୭୫୫ ନିୟୁତ ଟଙ୍କାର ଇକ୍ୱିଟି ସେୟାର, ସାରେଦେ ଶେଶୁ କୁମାରଙ୍କ ୬୫୦ ନିୟୁତ ଟଙ୍କାର ଇକ୍ୱିଟି ସେୟାର ଓ ଲୁକୁମାନ ବିଦୁ ଏଡିୟାନମଙ୍କ ୭୫୫ ନିୟୁତ ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ । ରେଜିଷ୍ଟାର ଅଫ୍ କଂପାନିଜ, ତାମିଲନାଡୁଙ୍କ ଚେନ୍ନାଇଠାରେ ଦାଖଲ କରାଯାଇଥିବା ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ ଜରିଆରେ ଇକ୍ୱିଟି ସେୟାରକୁ ପ୍ରଦାନ କରାଯିବ ଏବଂ ତାହାକୁ ବିଏସ୍ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ କରାଯିବ । ଏହି ଅଫର ପାଇଁ ଏନଏସ୍ଇ ହେଉଛି ଡେଜିଗ୍ନେଟେଡ୍ ଷ୍ଟକ ଏକ୍ସଚେଂଜ୍ । ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍, ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଜେନ୍ ଜେଡ୍ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ by Proprietor Abhimanyu Maharana September 2, 2026 ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା by Proprietor Abhimanyu Maharana September 2, 2026 ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି by Proprietor Abhimanyu Maharana September 2, 2026 Odisha Craft Odyssey to Launch Chandua: Canopies of Labour, Documenting Odisha’s Living Appliqué Traditions by Proprietor Abhimanyu Maharana September 2, 2026 ଖୋର୍ଦ୍ଧାରୋଡ୍ ମଣ୍ଡଳରେ ‘ହିନ୍ଦୀ ପଖୱାଡ଼ା – ୨୦୨୬’ ଉଦ୍ଘାଟିତ by Proprietor Abhimanyu Maharana September 2, 2026 16 Railway Employees Bid Farewell on Retirement by Proprietor Abhimanyu Maharana September 2, 2026