Home ଓଡ଼ିଶା ଅବାଧରେ ଚାଲିଛି ଚୋରାମଦ ପୁଲିସ ଓ ଅବକାରୀ ବିଭାଗୀୟ ନିଷ୍କ୍ରୀୟତା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ଓ ଆର,ଉଦୟଗିରି ବ୍ଲକରେ ଅବାଧରେ ଚୋରା ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଏଥିରେ ଅବକାରୀ ବିଭାଗ ମଧ୍ୟ ନିଷ୍କ୍ରିୟ ରହିବା ଏବଂ ପୁଲିସ ସହାୟତା ପ୍ରଦାନ କରିବା ଅଞ୍ଚଳବାସୀର ସ୍ତ୍ରୀ ପାଇଁ ଉଦ୍ବେଶର ବିଷୟ ପାଲଟିଛି । ଆର,ଉଦୟଗିରି ବ୍ଲକ ଆର,ଉଦୟଗିରି , ଲୁବୁସିଂ, ଶବରପୋଲ୍ଲି, ଅନୁକୁମ୍ପା, ବାଦପୁର, ବସ୍ତିରିଗୁଡା,କଲମାସିଂ, ରୁମୁଣ୍ଡା,ପାରିଭେଟା,ଛେଳିଗଡ,ଛେଳାଗଡ, ରଣାଲଇ,ରାମଗିରି, ମହେନ୍ଦ୍ରଗଡ, ଶିଆଳିଲଟି, ପୁରୁଣାପାଣି, ରଣ୍ଡିବା, ପରିସଳ, ତବାରସିଂ, ସୁବଳଡା, ମଙ୍ଗରାଜପୁର,ତିଲିକର, ନୁଆଗଡ ବ୍ଲକର ଖଜୁରିପଦା,ନୁଆଗଡ,ବଡପଦା,କେରେଡାଙ୍ଗ, ପି,ଅନ୍ତରଡା,ତାବରଡା, ଗୋଲି, ଏନ୍, ଝାଲରସିଂ, ସମ୍ବଲପୁର, ସରଳାପଦର, ପରିମଳ ଅନୁଗୁରୁ, କିରାମା ସୁନ୍ଦରଡାଙ୍ଗ, ଉଦୟପୁର, ତୁମନ, ବୁରୁସିଂ ତରଭା, ପୁଟୁରୁପଡା, ବେତସିଂ, ରଙ୍ଗମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଶୀମଦ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ରାୟଗଡା ସରକାରୀ ସ୍ବୀକୃତ୍ତି ପ୍ରାପ ବିଦେଶୀ ମଦ ଦୋକାନରୁ ପ୍ରତିଦିନ ନୁଆଗଡ, ଖଜୁରିପଦା,ବଡପଦା, କେରେଡାଙ୍ଗ ଏବଂ ଏହାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ଗାଡି ମଟରରେ ମଦ ଚାଲଣ ହୋଇ ଅଞ୍ଚଳର ବିଭିନ୍ନ ଦୋକାନରେ ଓ ହୋଟଲ ଗୁଡିକରେ ଖୋଲା ଖୋଲି ବିକ୍ରି ଲେଉଛି । ସେହିପରି ରା,ଉଦୟଗିରି ଥାନା ଅଞ୍ଚଳରେ ଲାଇସେନ୍ ଦେଶୀମଦ ଭାଟିରୁ ପ୍ରତିଦିନ ଶହ ଶହ ମଦପକଟ ବିଭିନ୍ନ ଗ୍ରାମରେ ବିକ୍ରି ହେବାର ଅଭିଯୋଗ ହେଉଛି । ଆର,ଉଦୟଗିରି ଗ୍ରାମର ବିଭିନ୍ନ ଜାଗା ଖୋଲା ଖୋଲି ଦେଶୀମଦ ପକଟ ବିକ୍ରି ହେବା ସହ ସରକାରୀ ଦରଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ମଦ ବିକାଳି ପଚାରିଲେ ଆମେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦାଦେଇ ମଦ ବିକ୍ରି କରୁଛୁ ତୁମର ହାତ କଣ କର ବୋଲି ଉତ୍ତର ମିଳୁଛି ।ସାଧାରଣ ଲୋକ ଓ ଗ୍ରାମର ମହିଳା ମଣ୍ଡଳ ଏହି ମଦବିକ୍ରି ପ୍ରତିବାଦ କଲେ ପୁଲିସ ନାଲି ଆଖିରେ ଶିକାର ହେବା ସହ ମଦ ବେପାରିଙ୍କ ମାନେ ଆକ୍ରମଣ ଶିକାର ହେବାକୁ ପଡୁଛି । ଆର,ଉଦୟଗିରି ଥିବା ସରକାରୀ ସ୍ବୀକୃତି ପ୍ରାପତ ଭାଟିରୁ ପ୍ରତିଦିନ ବିଭିନ୍ନ ଯାନ ବାହନ ଦ୍ବାରା ଅବାଧରେ ନୁଆଗଡ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରତିଦିନ ଶହ ଶହ ପ୍ୟାକେଟ୍ ମଦ ଚାଲଣ ହେଉଛି । ବିଭିନ୍ନ ଗ୍ରାମ କୁଡିକୁ ଅବାଧରେ ମଦବିକ୍ରି ଚାଲୁଥିବା ବେଳେ ଅବକାରୀ ଓ ପୁଲିସର ଅଣଦେଖା ଚାଲିଛି । ଏହି ଚୋରାମଦ କାରବାର ଯୋଗୁଁ ଯୁବକମାନେ ମଦପିଇ ମାତାଲ ହୋଇ ରାସ୍ତାରେ ଝିଅ, ବୋହୁ ଚାଲିବାକୁ ଅଞ୍ଚଳରେ ଭୟ କରୁଛନ୍ତି । ଏଥିପ୍ରତି ଗଜପତି ଏସପି ଧନ୍ୟଦେଇ ପ୍ରିତିକାର କରିବାକୁ ଦାବି ହେବା ସହ ଆର,ଉଦୟଗିରି ଓ ଆଖପାଖ ଗ୍ରାମରେ ସରକାରୀ ଦରରେ ଦେଶୀମଦ ପ୍ୟାକେଟ ବିକ୍ରି କରିବାକୁ ଦାବି ହେଉଛି । ଆର,ଉଦୟଗିରି ବ୍ଳକକୁ ଦୁଇଟି ରହିଛି ସେଥିମଧ୍ୟରୁ ରା,ଉଦଗିରି ଅନ୍ୟଟି ଛେଳିଗଡ । ଆର,ଉଦୟଗିରି ଭାଟିକୁ ବ୍ରହ୍ମପୁର ମିଣ୍ଟୁ ରାଜ ରେଡି ପାଇ ଏହକୁ ଚଳେଇବାକୁ ସ୍ଥାନୀୟ କିଛି ଯୁବକ ଚଳାଇବା ଦେଇଦେଇଛନ୍ତି । ଏହି ଅବକାରୀ ନିଛଟିଆ ଜାଗାରେ ଅଛି । ଯଦି କୌଣସି କାରଣ ଅଫିସ ଖୁଜନ୍ତି ଅଫିସକୁ ଆସିବାକୁ ଗୋଟିଏ ଦିନ ବିତିଯିବ ଶିନା ଅଫିସ ଦେଖିପାରିବ ନାହିଁ । ଏହି ଅଫିସଟି ଭାଡାରେ ଚାଲୁଛି । କର୍ମଚାରୀ ରହିବା ଘର ସୁବିଧା ନ ଥିବାରୁ କର୍ମଚାରୀମାନେ କାମ ଆଳରେ ପାରଳାଖେମଣ୍ଡ ରହନ୍ତି । ଏହି ବିଷୟ ନେଇ ଅବକାରୀ ଓଆଇସି ପ୍ରଶାନ କୁମାର ପଟଲ ସହ ଯୋଗାଯୋଗ କରିବରୁ ସେ କହିଥିଲେ ଘର ନାହିଁ, ସେହି ସବୁ ଯାହା ଜଣାଇବା ଦାୟତ୍ବ ସୁପଷ୍ଟେଣ୍ଟ କାମ ଆମ ନୂହେଁ । ମୁଁ ନୂଆରେ କିଛି ମାସପରେ ସବୁ ଠିକ୍ ହୋଇଯିବ ବୋଲି କହିଥିଲେ । Categories: ଓଡ଼ିଶା, ଗଜପତି, ଗଞ୍ଜାମ, ହୋମ୍ Related Content ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026 Vedanta Aluminium's Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods by Proprietor Abhimanyu Maharana September 24, 2026