Home ଓଡ଼ିଶା ନୂଆଖାଇ ପାଇଁ ଏକ ସ୍ୱତନ୍ତ୍ର ଧାନ ବିହନ : ନବାନ୍ନ ଅନୁମୋଦିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ରାଜ୍ୟ ବିହନ ସବ୍କମିଟି ବୈଠକ ୨୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଆଇସିଏଆର୍-ଏନ୍ଆର୍ଆର୍ଆଇ ଓ ଆଇସିଏଆର୍-ସିଟିସିଆଇ, ଭୁବନେଶ୍ୱର ଦ୍ୱାରା ବିକଶିତ ହୋଇଥିବା ବିଭିନ୍ନ ଫସଲର କିସମ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ନିମନ୍ତେ ଆଜି ଓଡ଼ିଶା ରାଜ୍ୟ ବିହନ ସବ୍କମିଟି ବୈଠକରେ ଉପସ୍ଥାପିତ ହୋଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଫସଲ କିସମ ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହି ସବୁ ନୂତନ କିସମ ବିକାଶ ହେବା ଦ୍ୱାରା ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ ରାଜ୍ୟର କୃଷକମାନେ ଉପକୃତ ହୋଇପାରିବେ ବୋଲି ଡ. ପାଢ଼ୀ ଆଶା ପ୍ରକାଶ କରିଥିଲେ । ଓୟୁଏଟି ଦ୍ୱାରା ବିକଶିତ ଏବଂ ଓୟୁଏଟି କଳିଙ୍ଗ କ୍ରମରେ ନାମିତ କରାଯାଇଥିବା ଏହି କିସମଗୁଡ଼ିକ ମଧ୍ୟରେ ଧାନର ବିଭିନ୍ନ କିସମ ଏବଂ ମୁଗ, ମାଣ୍ଡିଆ, ଚିନାବାଦାମ, ରାଶି ଓ ସୋରିଷର ଗୋଟିଏ ଲେଖାଏଁ କିସମ ରହିଛି । ଏହାଛଡ଼ା ପନିପରିବା ହିସାବରେ ବାଇଗଣ, ଲଙ୍କାମରିଚ, ବିଲାତି ବାଇଗଣ ଓ ଶିମ୍ବର ଗୋଟିଏ ଲେଖାଏଁ କିସମ ଏବଂ ଅଦାର ୩ଟି କିସମ ଓ ହଳଦୀର ୨ଟି କିସମ ରହିଛି । ଏହା ମଧ୍ୟରୁ ଓୟୁଏଟି କଳିଙ୍ଗ ଧାନ-୫ କିସମରେ ଅଧିକ ପୁଷ୍ଟିସାର, ଦସ୍ତା ଓ ଲୌହ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷରେ ଉପଯୋଗୀ ଅଟେ । ଏହି ଧାନ ବିହନ ସଅଳ ଅମଳ ଉପଯୋଗୀ ତଥା ବାସ୍ନା ଧାନ କିସମ ହୋଇଥିବାରୁ ଏହାକୁ ଗଣପର୍ବ ନୂଆଖାଇ ପାଇଁ ଉପଯୋଗ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଓୟୁଏଟି କଳିଙ୍ଗ ଧାନ-୧ କିସମର ମହିଷା ରୋଗ, ପତ୍ରଦାଗ ରୋଗ, ମାଟିଆ ଗୁଣ୍ଡି ପୋକ ଓ କାହାଳିଆ ପୋକ ସହନଶୀଳ କ୍ଷମତା ରହିଛି । ଓୟୁଏଟି କଳିଙ୍ଗ ସୋରିଷ-୧ କିସମରେ ଶତକଡ଼ା ୪୦.୩ ଭାଗ ତୈଳ ମିଳିଥାଏ । ଓୟୁଏଟି କଳିଙ୍ଗ ମାଣ୍ଡିଆ-୧ କିସମର ହାରାହାରି ଅମଳ କ୍ଷମତା ହେକଫର ପ୍ରତି ୨୪୧୬ କିଲୋଗ୍ରାମ ଅଟେ । ସେହିପରି ଓୟୁଏଟି କଳିଙ୍ଗ ବାଇଗଣ-୧ କିସମରୁ ହେକଫର ପ୍ରତି ପ୍ରାୟ ୩୪୨୦୨ କିଲୋଗ୍ରାମ ଅମଳ ମିଳିଥାଏ । ଓୟୁଏଟି କଳିଙ୍ଗ ଟମାଟୋ-୧ କିସମର ବୀଜାଣୁଜନିତ ଝାଉଁଳା ରୋଗ ପ୍ରତିରୋଧି କ୍ଷମତା ରହିଛି । ଓୟୁଏଟି କଳିଙ୍ଗ ହଳଦୀ-୧ ଏବଂ ଓୟୁଏଟି କଳିଙ୍ଗ ହଳଦୀ-୨ କିସମ ରାଜ୍ୟର ଉଭୟ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଚାଷ କରାଯାଇପାରିବ । ଏଥି ସହିତ ବୈଠକରେ ଆଇସିଏଆର୍-ସିଟିସିଆଇର ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ବିକଶିତ ସାରୁ ବିହନ ଏବଂ ଆଇସିଏଆର୍-ଏନ୍ଆର୍ଆର୍ଆଇ ଦ୍ୱାରା ବିକଶିତ ନୂଆଧାନ ଅନୁମୋଦନ ନିମନ୍ତେ ଉପସ୍ଥାପିତ ହୋଇଥିଲା । ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଓୟୁଏଟି ଏବଂ ଆଇସିଏଆର୍-ଏନ୍ଆର୍ଆର୍ଆଇର କୃଷି ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026