
୨୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ଆର,ଉଦୟଗିରି :- ଅପରାହ୍ନ ରେ ବିଦ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହ ଅଷ୍ଟାଦଶ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି ଉତ୍ସଵ ରେ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି ଅବସର ପ୍ରାପ୍ତ ସେନା ଅଧିକାରୀ ପୂର୍ଣ ଚନ୍ଦ୍ର ଦଳାଇ ସଭାପତିତ୍ୱ କରିଥିଲେ।ବିଦ୍ୟାଳୟ ର ସମ୍ପାଦକ ରବି କୁମାର ପାତ୍ର ବିଦ୍ୟାଳୟ ର ବିବରଣୀ ପଠନ କରିଥିବା ବେଳେ ସ୍ତାନୀୟ ବିଧାୟକ ଦାଶରଥି ଗମାଙ୍ଗ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନିଜ ହାତ ପାଣ୍ଠିରୁ ପ୍ରଦାନ କରିଥିବା ସମ୍ପାଦକ ପ୍ରକାଶ କରିଥିଲେ।

