Home ଓଡ଼ିଶା ରାୟଗଡ଼ା ରେ ଯୁବ ସଂକଳ୍ପ ଦିବସ ଉପଲକ୍ଷେ ସ୍ୱାବଲମ୍ବୀ ଭାରତ ଅଭିଯାନର କାର୍ଯ୍ୟକ୍ରମ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ଯୁବ ସଂକଳ୍ପ ଦିବସ ଉପଲକ୍ଷେ ରାୟଗଡ଼ା ଜିଲ୍ଲାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଜ଼ିଲ୍ଲା ସ୍ୱରୋଜଗାର ସହାୟତା କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଏକ ବିସ୍ତୃତ ସଚେତନତା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଅଛି । ଜ଼ିଲ୍ଲା ର ଜିଷ୍ଟ ଯାନ୍ତ୍ରିକ ମହାବିଦ୍ୟାଳୟ , ରିତମ ଯାନ୍ତ୍ରିକ ମହାବିଦ୍ୟାଳୟ, ରାୟଗଡା ସ୍ୱୟଂଚାଳିତ ମହାବିଦ୍ୟାଳୟ, ରାୟଗଡା ମହିଳା ମହାବିଦ୍ୟାଳୟର ୧୫୦ ଜଣ ଛାତ୍ର ଛାତ୍ରୀ, ଜିଲ୍ଲା ଭିନ୍ନକ୍ଷମ ସଙ୍ଘର ୩୦ ଜଣ ଦିବ୍ୟାଙ୍ଗ, କିନ୍ନର ସଂଘରୁ ୫ଜଣ କିନ୍ନର ଭଉଣୀ ଏବଂ ୪୦ଜଣ ଉଦ୍ୟୋଗୀ ହେବା ପାଇଁ ଇଚ୍ଛା ରଖୁଥିବା ଯୁବକ, ଯୁବତୀ, ପୁରୁଷ ଏବଂ ମହିଳା, ବିବିଧ କ୍ଷେତ୍ରରୁ ଯଥା ଭାରତୀୟ ମଜଦୁର ସଙ୍ଘ, ଭାରତୀୟ ଜନତା ପାର୍ଟି, ସକ୍ଷମ, ସେବାଭାରତୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ୱ ହିନ୍ଦୁ ପରିଷଦର ୨୫ଜଣ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜ଼ିଲ୍ଲାର ଉଦ୍ୟୋଗୀ ବିଏସସି ଚାଇୱାଲା, କୋଲନାରା ବ୍ଲକର ଉଦ୍ୟମି ଚାଷୀ ଶ୍ରୀମତୀ ଦୁଃଖୀ ହୁଇକା ଏବଂ ଆନ୍ତର୍ଜାତୀୟ ସଫ୍ଟ୍ ଓ ବେସ ବଲ୍ ଖେଳାଳି କୁମାରୀ ପ୍ରଶାନ୍ତି ହୁଇକାଙ୍କୁ ସଫଳ ଉଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସ୍ୱାବଲମ୍ବି ଭାରତ ଅଭିଯାନର ଅଖିଳ ଭାରତୀୟ ଅଧିକାରୀ ଶ୍ରୀ ଅନ୍ନଦା ପ୍ରସାଦ ପାଣିଗ୍ରାହୀ, ଜ଼ିଲ୍ଲା ସ୍ୱାବଲମ୍ବୀ ଭାରତ ଅଭିଯାନ ର ପରାମର୍ଶଦାତା ଡକ୍ଟର ବାଦଲ ତା, ପ୍ରାନ୍ତୀୟ ପ୍ରଭାରୀ-ସ୍ୱାବଲମ୍ବୀ ଭାରତ ଅଭିଯାନ ଶ୍ରୀ ଦୀପକ କୁମାର ରାଉତ, ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବାଇନ ଏବଂ ୟୁନିଅନ ବ୍ୟାଙ୍କ୍ ର ବରିଷ୍ଠ ପରିଚାଳକ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ମାର୍ଗଦର୍ଶନ କରିଥିଲେ ।ରାୟଗଡ଼ ଜ଼ିଲ୍ଲା ସ୍ୱାବଲମ୍ବି ଭାରତ ଅଭିଯାନର ସମନ୍ୱୟକ ଶ୍ରୀ ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଜ଼ିଲ୍ଲା ସ୍ୱାବଲମ୍ବୀ ଭାରତ ଅଭିଯାନ ର ସହସମନ୍ୱୟକ ଶ୍ରୀ ଶ୍ୟାମ କୁମାର ଦାଶଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା । ଜ଼ିଲ୍ଲାର ଯୁବକ ଯୁବତୀ କିପରି କେବଳ ଚାକିରି ପଛରେ ନଯାଇ ସ୍ୱାବଲମ୍ବୀ ହେବେ ତାହା ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା,ଶ୍ରୀ ଆନନ୍ଦ ରାଓ,ଶ୍ରୀ ଏମ ବିଦ୍ୟା ସାଗର, ଶ୍ରୀ ବସନ୍ତ ଉଲ୍ଲାକା, ଶ୍ରୀ ପଦ୍ମନାଭ ଦାଶ, ଶ୍ରୀ ଯୋଗେଶ୍ୱର ଦାଶ, ଶ୍ରୀ ଗଣେଶ କୁମାର ସାହୁ , ଶ୍ରୀ ଟି. ନାଗରାଜୂ, ଶ୍ରୀ ରାଜେଶ ପାଣିଗ୍ରାହୀ, ଶ୍ରୀ ଆଲୋକ ମହାନ୍ତି, ଶ୍ରୀ ଜୟରାମ ବର୍ମା, ସୁଶ୍ରୀ ସ୍ନିଗ୍ଧା ତୋଫାଦାର, ଶ୍ରୀମତୀ ମଞ୍ଜୁଳା ମିନିଆକା, ଶ୍ରୀମତୀ ଝରଣା ମହାନ୍ତି, ଶ୍ରୀମତୀ ରଞ୍ଜନା ଉପାଧ୍ୟାୟ, ଶ୍ରୀ ରାକେଶ ହିମିରିକା, ଶ୍ରୀ ଜଳେନ୍ଧ୍ର ବାଚେଲି, ଶ୍ରୀ ସନ୍ତୋଷ ମହାପାତ୍ର, ଶ୍ରୀ ଗଣେଶ ସାହୁ,ଶ୍ରୀ ଗୌରାଙ୍ଗ ଚନ୍ଦ୍ର ନାୟକ, ଶ୍ରୀ ଅରୁଣ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ । ପରବର୍ତୀ ସମୟରେ ଜ଼ିଲ୍ଲାରେ ସ୍ୱାବଲମ୍ବୀମାନଙ୍କୁ ବହୁଗୁଣିତ କରିବା ଲକ୍ଷରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାମ କରିବ ଯାହା ଡକ୍ଟର ବାଦଲ କୁମାର ତା ସୂଚନା ଦେଇଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ by Proprietor Abhimanyu Maharana September 10, 2026 Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026