ଖାଲମଡା ସେବା ସମବାୟ ସମିତି ତରଫରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଜାକେଡା ପଞ୍ଚାୟତ ପରିସରରେ ଖାଲମଡା ସେବା ସମବାୟ ସମିତି ଆନୁକୁଲ୍ୟରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହିପୁର କେନ୍ଦ୍ର ସେବା ସମବାୟ ସମିତି ଶାଖା ପରିଚାଳକ ସରୋଜ କୁମାର ସାହାଣୀ ଯୋଗଦେଇ ରାଜ୍ୟ ସରକାର ଙ୍କ ତରଫରୁ କୃଷକ ମାନଙ୍କ ପ୍ରତି ଥିବା ବିଭିନ୍ନ ସୁବିଧା ,ସୁଯୋଗ ଉପରେ ବର୍ଣ୍ଣନା କରିବା ସହ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀ ମାନେ ଋଣ ନେଇପାରିବେ ବୋଲି କହିଥିଲ . ସମ୍ମାନୀତ ଅତିଥି ଭାବେ ୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା କେନ୍ଦ୍ର ସମବାୟ ସମିତି ଡାଇରେକ୍ଟର ସୂର୍ଯ୍ୟ ନାରାୟଣ ସାହୁ, ଜାକେଡା ସରପଞ୍ଚ ସୁମିତ୍ରା ଜାନୀ ,ସମିତି ସଭ୍ୟା ପ୍ରଭାତୀ ମଳିକ,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମନାଭ ପରିଡ଼ା, ଖାଲମଡା ସେବା ସମବାୟ ସମିତି ସଭାପତି ପ୍ରକାଶ ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ କୃଷି ର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଉପରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସମାଜ ସେବୀ ଦିଲ୍ଲୀପ କୁମାର ଜାନୀ । ଏହି କାର୍ଯ୍ୟକ୍ରମ ରେ ଖାଲମଡା ସେବା ସମବାୟ ସମିତି ର ସମସ୍ତ ଡାଇରେକ୍ଟର ଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ ।

Exit mobile version