Home ଓଡ଼ିଶା ଚାଷୀ ଭାଇ ମାନେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବାକୁ ଆହ୍ୱାନ : ୬ ଟି ସମିତିର ଗୋଦାମ ଗୃହ ପାଇଁ ଦେଢ କୋଟି ଟଙ୍କା ମଂଜୁର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମଠକରଗୋଳାରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ୨୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ସେବା ସମବାୟ ସମିତି ପରିସରରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ସନ୍ତୋଷ କୁମାର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ଚାଷୀ ଭାଇ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ଚାଷୀ ଙ୍କ ଉନ୍ନତି ନହେଲେ ଦେଶର ଉନ୍ନତି ଅସମ୍ଭବ । ଚାଷ ଓ ଚାଷୀ ଭାଇ ମାନଙ୍କ ଉନ୍ନତି ସକାଶେ ରାଜ୍ୟ ସରକାର ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି । ଆପଣମାନେ ଏହି ସୁବିଧାର ଫଇଦା ନେବାକୁ ଆହ୍ୱାନ କରିଥିଲେ । ମଠକରଗୋଳା ସେବା ସମବାୟ ସମିତି ସଭାପତି ନିରଂଜନ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ୧୨ ନମ୍ବର ଜୋନ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଯୋଗଦେଇ ଭୁବନ , ବାରୁଆଁ , ସୁରପ୍ରତାପପୁର , ବାଲିବୋ ,ମହୁଲପାଳ ଏବଂ ମାର୍ଥାପୁର ସମିତି ର ଗୋଦାମ ଗୃହ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୧ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରାଇଥିବା ସଂପର୍କରେ ସୂଚନା ଦେଇଥିଲେ ଏବଂ ଖୁବ ଶୀଘ୍ର ଏଟିଏମ ମଧ୍ୟ ଖୋଲିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଡିଆରସିଏସ ଶ୍ରୀମତୀ ସରୋଜିନୀ ଜେନା , ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ଏୟୁସିସି ବ୍ୟାଙ୍କ , ଭୁବନ ଶାଖା ପରିଚାଳକ ଗଣେଶ୍ୱର ଖଟୁଆ , ବ୍ୟାଙ୍କ ସୁପରଭାଇଜର କ୍ଷୀରୋଦ ଚନ୍ଦ୍ର ପାତ୍ର ,ଏଜିଏମ ଅକ୍ଷୟ ମୁଦୁଲି , ଏଆରସିଏସ ଇନ୍ସପେକ୍ଟର ବିମଳ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷିଭିତିକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ କର୍ମଶାଳାରେ ସମିତିର ସମସ୍ତ ଡାଇରେକ୍ଟର ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ । ଅନୁରୂପଭାବେ ଭୁବନ ବ୍ଲକର ଜିରାଳ ,ସୁରପ୍ରତାପପୁର , ଭୂଷଳ , ବାଲିବୋ ଏବଂ ଭୁବନରେ ମଧ୍ୟ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026