Home ଓଡ଼ିଶା ରାହୁଲ ଗାନ୍ଧିଙ୍କ ଉପରେ ମକଦ୍ଦମା ଲୋକସଭା ସଦସ୍ୟ ପଦ ରଦ୍ଧ କରିବା ବିରୋଧରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗଜପତି ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ରାହୁଲ ଗାନ୍ଧୀଙ୍କୁ ମୋଦି ସରକାରଙ୍କ ପକ୍ଷରୁ ଉଦ୍ଦେଶ୍ୟ ମୂଳକ ଭାବରେ କରା ଯାଇଥିବା ମକଦ୍ଦମା ଏବଂ ଦଣ୍ଡାଦେଶ ବିରୋଧରେଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଗାନ୍ଧିଛକ ସ୍ଥିତ ଗୌରହରି ପାଠାଗାର ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ ପ୍ରତିବାଦ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସୂଚନାଯୋଗ୍ୟ ଯେ , ଗତ ଦୁଇ ଦିନ ତଳେ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ପ୍ରତି କାର୍ଯ୍ୟକଳାପ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ ହୋଇ ପଡିଛନ୍ତି । ଶ୍ରୀ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ମୋଦି ସରକାର ଭୟଭୀତ ହୋଇ ପଡିଛନ୍ତି ଯାହାକି , ଭାରତ ଯୋଡ ଯାତ୍ରା , ସାଂସଦ ଗୃହରେ ବିଦେଶୀ ସରକାରଙ୍କ ବିରୋଧରେ ଗର୍ଜିବା , ଆଦାନୀ ଏବଂ ମୋଦି କାର୍ଯ୍ୟକ୍ରମ ର ପର୍ଦ୍ଦାଫାଶ ହେଉଥିବା , ପରେ ସାଂସଦ ରେ ମାଇକ ବନ୍ଦ କରିବା , କୋର୍ଟ ରେ ଷ୍ଟେ ଥିବା କେସକୁ ପୁଣି ପୁନରାବୃତ୍ତି କରିବା , ଏବଂ ଏହି କେସରେ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡ ୩୦ ଦିନର ବେଲ ମଧ୍ୟ ଦେଲେ , ଆଉ ମୋଦି ସରକାର ଦେଶରେ ଆଇନ ଶୃଙ୍ଖଳା ଓ ଗଣତନ୍ତ୍ରକୁ ହତ୍ୟା କରି ଏକ ଛତ୍ର ବାଦ ଶାସନ ଚଳାଇ ଗତ କାଲି ସାଂସଦ ରେ ପଦ ରଦ୍ଦ କରିଥିବାରୁ ଏହାକୁ ବିରୋଧ କରି ଗତ କାଲି ଠାରୁ ଭାରତରେ ତଥା ସମସ୍ତ ରାଜ୍ୟ ସାରା ମୋଦି ସରକାରଙ୍କୁ ବିରୋଧ କରି ଗତ କାଲି କଲେଜ ଛକ ନିକଟରେ ବିଜେପି ସରକାର ବିରୁଦ୍ଧରେ ନାରା ବାଜି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରା ଯାଇଥିଲା । ପୁଣି ଆଜି ସେହିପରି ସକାଳ ୧୦ ଟା ଠାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ ପ୍ରତିବାଦ ପାଳନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଗୁମ୍ମା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ରେଣୁକା ପାତ୍ର , ରାୟଗଡ଼ା ବ୍ଲକର ଶ୍ରୀ ମରସଉଦଆ ମଣ୍ଡଳ , ଶ୍ରୀ ମଫେଲ ସ୍ୱା , ରା : ଉଦୟଗିରିର ଶ୍ରୀ ଫଇଲ୍ପି ମାଳିଙ୍କ ସମେତ ପାରଳାଖେମୁଣ୍ଡି ସହରର ଶ୍ରୀ ଅଭିମନ୍ୟୁ ପଣ୍ଡା , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର , ଜସ୍ଜିନ ସାହିକ୍ ରାଫି , ରାଜା ପାତ୍ର , କୁନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026