ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ନେଲେ ମନମୋହନ ସାମଲ ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ବିଜେପି : ମନମୋହନ ସାମଲ
1. ରାଜ୍ୟ କାର୍ଯ୍ୟାଳୟରେ ନୂତନ ରାଜ୍ୟ ସଭାପତିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
2. ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି
3. ବିଜେପିର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ
4. ୫ ବର୍ଷ ଭିତରେ ଅପାର ସମ୍ଭାବନା ଥିବା ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ
5. ଦୀର୍ଘ ୨୩ ବର୍ଷର ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢିବା, ଜିତିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା
6. ରାଜ୍ୟର ସାମୁହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ ନକ୍ସା ପ୍ରସ୍ତୁତ ଅଛି । ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ ।
7. ସାଧାରଣ ଲୋକ ଏଥର ନିର୍ବାଚନ ଲଢିବେ ଏବଂ ସେମାନେ ସରକାର ଗଠନ କରିବେ
8. ସମସ୍ତ ସାଂସଦ, ବିଧାୟକ, ବରିଷ୍ଠ ନେତା ଓ କାର୍ଯ୍ୟକର୍ତା, ରାଜ୍ୟ ପଦାଧିକାରୀ, ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ କାର୍ଯ୍ୟକର୍ତା ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ

୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତୀୟ ଜନତା ପାର୍ଟୀ ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରୀକ ଏବଂ କ୍ୟାଡର ଭିତିକ ରାଜନୈତିକ ଦଳ । ଏହି ଦଳକୁ ଗଢି ତୋଳିବା ପାଇଁ କୋଟି କୋଟି କାର୍ଯ୍ୟକର୍ତାଙ୍କ ଅବଦାନ ଓ ବଳିଦାନ ଚିରସ୍ମରଣୀୟ । ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେଉଛି ଦଳର ମୁଳମନ୍ତ୍ର ।
