
୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଚୈତ୍ର ମାସ ଶୁକ୍ଲପକ୍ଷ ତୃତୀୟ ଦିନ ମାଁ ଶ୍ୟାମାକାଳୀ ମନ୍ଦିର ପରିଚାଳନା ସମିତି ଆନୂକୁଲ୍ୟରେ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଗତକାଳୀ ସଂନ୍ଧ୍ୟାରେ ଚାରିକର୍ମ ଅନୁଷ୍ଠିତ ହୋଇଥିଲା । ଆଜି ଦିନ ଘ.୧୧.୩୦ମି. ସମୟରେ ସାବିତ୍ରୀ ପ୍ରଦାନ କରାଯାଇ ବଟୁ ଧାରଣ କରାଯାଇଥିଲା । ସେହିପରି ଚୈତ୍ର ନବରାତ୍ର ପୂଜାର ଆଜି ତୃତିୟ ଦିବସରେ ମାଁଙ୍କୁ ଚନ୍ଦ୍ରଘଣ୍ଟି ବେଶରେ ପୂଜାର୍ଚ୍ଚନା କରାଯାଇ ଥିଲା । ଆଜିର ବ୍ରତୋପନୟନ ଏବଂ ପୂଜା କାର୍ଯ୍ୟକ୍ରମରେ ପଣ୍ଡିତ ନରସିଂହ ଶତପଥୀ, ପଣ୍ଡିତ ନରେଶ ମିଶ୍ର, ପଣ୍ଡିତ ବିପିନ ବିହାରୀ ଦାଶ ଓ ପଣ୍ଡିତ ସଂଜୟ କୁମାର ଦାଶ , ପଣ୍ଡିତ ଅନନ୍ତ ଶତପଥୀ, ପଣ୍ଡିତ ହରିରାମ ପଣ୍ଡା, ପଣ୍ଡିତ ସତ୍ୟାନନ୍ଦ ଶତପଥୀ, ପଣ୍ଡିତ ଆନନ୍ଦ ଷଡ଼ଙ୍ଗୀ, ପଣ୍ଡିତ ସୁମନ୍ତ ଷଡ଼ଙ୍ଗୀ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନା କରିଥିବା ବେଳେ କର୍ତ୍ତା ଭାବରେ ସପତ୍ନୀକ କାର୍ଯ୍ୟ ସଂପାଦନା କରିଥିଲେ ଶିବ ପ୍ରସାଦ ଦୋରା। ବ୍ରତୋପନୟନ କାର୍ଯ୍ୟରେ ମନ୍ଦିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

