୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଯାଜପୁର :- ଯାଜପୁର ର ଉଭୟ ବାଳକ ଓ ବାଳିକା ଗଂଜାମ ଜିଲ୍ଲା ର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ରେ ବାଳକ ବିଭାଗ ରୁ ଗଞ୍ଜାମ କୁ ୧୧-୦୮ ହରାଇ ବିଜୟ ପ୍ରାପ୍ତ କରିଥିବା ବେଳେ ବାଳିକା ବିଭାଗରୁ ୧୬-୦୩ ହରାଇଥିଲେ । ଉଭୟ ବାଳକ ଓ ବାଳିକା ଚମ୍ପିୟାନ ଟ୍ରଫି ମିଳିଥିବା ବେଳେ ଆଜି ଖେଳାଳୀ ଓ କୋଚ୍ ହରହର ବିଶ୍ବାଳ, ରଶ୍ମିରଞ୍ଜନ ଓଝା,ବିକ୍ରମ ବିରେଦ୍ର ପ୍ରତାପ ସିଂହ,
ମନୋଜ ସାହୁ ବୈରୀ ରେଲୱେ ଷ୍ଟେସନ ରେ ପହଞ୍ଚିବା ପରେ ଯାଜପୁର ଜିଲ୍ଲା ର ଶିକ୍ଷ୍ୟା କ୍ରୀଡା ନିରୀକ୍ଷକ ଶମ୍ଭୁନାଥ ଦାସ୍, ଯାଜପୁର ଜିଲ୍ଲା ହ୍ୟାଣ୍ଡବଲ୍ ଆସୁସେସସନ୍ ସଂପାଦକ ଶ୍ରୀଯୁକ୍ତ ରମେଶ ପୃଷ୍ଟି ଏବଂ ସସ୍ମିତା ସ୍ଵାଇଁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଇଥିଲେ । ଛତିଆ ପ୍ରେସ କ୍ଲବ ପକ୍ଷରୁ ସମସ୍ତ ଖେଳାଳି ଙ୍କୁ ପୁଷ୍ପ ମାଳା ରେ ସମ୍ବର୍ଦ୍ଧନା କରାଯାଇଥିଲା ସମସ୍ତ ସଦସ୍ୟ ଶୈଳୀ ରେଳଷ୍ଟେସନ ଉପସ୍ଥିତ ଥିଲେ ।

