ପାଟଣାଗଡ଼ : କାର ଧକ୍କାରେ ଯୁବକ ଗୁରୁତର

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବନ୍ଧପଡା ଥାନା ଅନ୍ତର୍ଗତ କୁଡାସିଙ୍ଗା ଗାଁ ର ଜଣେ ଯୁବକ କାର ଧକ୍କାରେ ଗୁରୁତର ହୋଇ ଭୀମ ଭୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଦୀନବନ୍ଧୁ ବାଗ , । ସୂଚନା ଅନୁସାରେ ଦୀନବନ୍ଧୁ ପାଟଣାଗଡ଼ ବ୍ରହ୍ମପୁରା ର ଜନୈକ ସମାଜସେବୀ ଙ୍କ ଘରେ ନିଜ ପରିବାର ସହ ଦୀର୍ଘ ବର୍ଷ ରୁ ରହିଆସୁଛନ୍ତି । ସହର କୁ ସଉଦା କିଣିବାକୁ ଯାଇଥିବା ବେଳେ ପାଟଣାଗଡ଼ ରଥଭଟ୍ଟା ସମ୍ମୁଖରେ କଣ୍ଟାବାଞ୍ଜି ପଟୁ ଆସୁଥିବା ଏକ କାର ନଂ ଓଡି୦୩ ଏଲ ୦୦୫୧ ପଛ ପଟୁ ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା ।ଘଟଣା ସ୍ଥଳରେ ପଡ଼ିରହି ଦୀନବନ୍ଧୁ ଛଟ ପଟ ହେଉଥିଲେ । ସେହି ରାସ୍ତା ଦେଇ ଯାଉଥିବା ବ୍ରହ୍ମପୁରା ର ଲାବଣ୍ୟ ପୁରୋହିତ, ପ୍ରଦୀପ ପୁରୋହିତ ଓ ଅଶୋକ ପାଣିଗ୍ରାହୀ ତାଙ୍କୁ ଉଦ୍ଧାର କରି ନିଜ କାର ଯୋଗେ ପାଟଣାଗଡ଼ ଡ଼ାକ୍ତରଖାନା କୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଦୀନବନ୍ଧୁ ଙ୍କ ଅବସ୍ଥା ଗୁରୁତର ଥିବା ରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

Exit mobile version