୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ସ୍ଥାନୀୟ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତି ପୀଠରେ ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ପଞ୍ଚମୀ ତିଥିର ସନ୍ଧ୍ୟାରେ ମା ଜାଗୁଳାଇ ସ୍କନ୍ଦମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ମହାସ୍ନାନ କରାଯାଇ ଚିତ୍ରକର ବିଜୟ କୁମାର ପଣ୍ଡାଙ୍କ ଦ୍ଵାରା ମା’ଙ୍କୁ ଭେଷ କରାଯାଇଥିଲା । 
ଷୋଡ଼ଶ ଉପଚାର ପୂଜା ପରେ ସପ୍ତସତୀ ଚଣ୍ଡୀପାଠ ଓ ଯଜ୍ଞ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଆସନ୍ତା କାଲି ମା କାତାୟନୀ ବେଶରେ ଦର୍ଶନ ଦେବେ ବୋଲି ନିତ୍ୟ ସେବକ ଶ୍ରୀ ମନୋରଞ୍ଜନ ପଣ୍ଡା ଜଣାଇଛନ୍ତି।ସଭାପତି ରାଧାମୋହନ ପଟ୍ଟନାୟକ,କୋଷାଧ୍ୟକ୍ଷ ଅଶୋକ ଦାସ,,ସୁନିଲ କୁମାର ମହାନ୍ତି, ବାଉରୀବନ୍ଧୁ ସାହାଣୀ, ସରୋଜ ପଣ୍ଡା ପ୍ରମୁଖ କାର୍ଯ୍ୟରେ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଥିଲେ।
