ଗ୍ରୀଷ୍ମରୁ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ସମିତି କାର୍ଯ୍ୟାଳୟ ପରିସର ସଦଭାବନା ସଭାଗୃହରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଇଇ ପ୍ରଦ୍ୟୁମ୍ନ କୁମାର ଦାସ, ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟା ରଇତ, ଜନସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ରଙ୍କ ସମେତ ବ୍ଲକର ସମସ୍ତ ଲାଇନ୍ ବିଭାଗ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଗଣ ଉପସ୍ଥିତ ଥିଲେ ।

ଚଳିତ ଗ୍ରୀଷ୍ମ ପ୍ରବାହ ମୁକାବିଲା ସହ ଅଂଶୁଘାତ ନିୟନ୍ତ୍ରଣ ପାଇଁ ପ୍ରଶାସନ କିପରି ପ୍ରସ୍ତୁତି ରହିବ । ପ୍ରତ୍ୟେକ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା ଓ ଲୋକଙ୍କୁ ସଚେତନ କରାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା । ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍,ଶିକ୍ଷା, ଜୀବଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କତୃପକ୍ଷଙ୍କୁ କୁହାଯାଇଛି। ଜନସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version