୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକ ସଦଭାବନ ସଭାଗୃହରେ ବ୍ଳକସ୍ତରିୟ ମନରେଗା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକ୍ରମରେ ବ୍ଳକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଏଇଓ) ଜ୍ୟୋତିରାଜ ଅଧିକାରୀ, ବିଡିଓ ଲୋକନାଥ ଶବର, ସାମାଜିକ ସମିକ୍ଷକ ବାବୁଲା ବିଷୋୟା, ଉପାଧ୍ୟକ୍ଷ ନିହିମିୟା ରଇତ, ଅତିରିକ୍ତ ନିର୍ବାହୀ ଯନ୍ତୀ (ଏଇଇ) ପ୍ରଦ୍ୟୁମ ଦାସ, ସମେତ ବ୍ଳକର ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ ଓ ଆଦିବାସୀ ଉନ୍ନୟନ ସଂସ୍ଥା କର୍ମଚାରୀ ପ୍ରମୁଖ ଉପସ୍ଥତ ଥିଲେ ।
ପ୍ରଥମେ ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର (ଏପିଓ) ଦୀଲିପି କୁମାର ଦାସ ବିଭାଗରେ ହୋଇଥିବା ସମୀକ୍ଷା ବିବରଣୀ ପଠନ କହିଥିଲ ଏଥିରେ ମନରେଗା ଯୋଜନାରେ କିଭଲି ଭାବେ କାର୍ଯ୍ୟକାରିତା ହୋଇଛି, ସଫଳତା, କଣ କଣ କରାଯାଇପାରିବ ସେ ସମ୍ପର୍କରେ ପୁଙ୍ଖାନପଙ୍ଖ ଆଲୋଚନା କରାଯାଇଥିଲା । ବିଭିନ୍ନ ପଞ୍ଚାୟତର ଲାଇନି ବିଭାଗ କର୍ମଚାରୀ ପଞ୍ଚାୟତରେ ଥିବା ଗ୍ରାମରୋଜଗାର ସେବକ (ଜିଆରସିଏ) କିମ୍ବା ଗାଁ ସାଥୀଙ୍କୁ ନ ଜଣାଇ ମନମୁତାବକ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ଏବଂ ମନରେଗା ଯୋଜନାର ବିଭିନ୍ନ ପ୍ରକଳ୍ପର ସାମଗ୍ରୀ ଅର୍ଥ ବିଳମ୍ବରେ ଆସୁଥିବ ନେଇ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଥିଲେ । ମନରେଗା ପ୍ରକଳ୍ପ ସରକାରଙ୍କ ନିୟମ ଅନୁସାରେ କରିବାକୁ ସମସ୍ତ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦେଶ ଦିଆଯାଇଥିଲା । ଏହା ପରେ ବ୍ଳକ ପ୍ରକଳ୍ପ ସଂଯୋଜକ (ବିପିସି) ସନ୍ତୋଷ କରାଡ ଆବାସ ଯୋଜନା କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ଜନ ପ୍ରତିନିଧି ଲୋକଙ୍କ ସମସ୍ୟାକୁ ନେଇ ମଧ୍ୟ କିଛି ଦାବି କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା, କନିଷ୍ଠ ଯନ୍ତୀ, ବିଆରଏସ୍, ଭିଆରପି, ଗାଁସାଥୀ ଓ ଜନସାଧାରଣ ଉପସ୍ଥିତି ଥିଲେ । ଏହି କାର୍ଯ୍ୟକ୍ରମକୁ ଏପିଓ ଶ୍ରୀ ଦାସ ପରିଚାଳନା କରିଥିଲେ ।

