୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗ୍ରାମାଞ୍ଚଳରେ ଲାଗିରହିଥିବା ବିଭିନ୍ନ ସମସ୍ୟା ନେଇ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଲୋକ ସଂଗଠନ ଶ୍ରମଜୀବୀ ଏକତା ଅଭିଯାନ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ପ୍ରଥମେ ନୂଆଗଡ଼ ସ୍ଥିତ ଲକ୍ଷ୍ମନୃସିଂହ ବିଦ୍ୟାପୀଠ ସମ୍ମୁଖରେ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ସଂଘର କର୍ମକର୍ତ୍ତା ଓ କୃଷକ, କିଶୋରୀ, ଶୟଂ ସହାୟିକା ମହିଳା ମାନେ ଏକତ୍ରିତ ହୋଇ ସେଠାରୁ ଏକ ଶୋଭଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । 
ଭାରତୀୟ ସମ୍ବିଧାନ ମୌଳିକ ଅଧିକାର ଧାରା ୨୧ର ପ୍ରାବଧାନ ଅନୁସାରେ ଜନସାଧାରଣଙ୍କର ସର୍ବନିମ୍ନ ଆବଶ୍ୟକତା ସ୍ୱଚ୍ଛ ପାନୀୟ ଜଳ, କିସୋରି ବାଳିକା ମାନଙ୍କର ପୁଷ୍ଟିଯୁକ୍ତ ଖାଦ୍ୟ, ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତି ମାଆ ମାନଙ୍କର ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ସମ୍ବଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ଜରିଆରେ ୩ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ, ଅଚଳଥିବା ନଳକୂପ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରାଇବା, ଅଙ୍ଗୱାଡ଼ି ଭିତ୍ତିଭୂମି ସହ ଶୌଚାଳୟ ନିର୍ମାଣ, ଶିକ୍ଷା ସ୍ବାସ୍ଥ୍ୟ ସମ୍ପର୍କେ ସଚେତନତା, ବାଳିକାମାନଙ୍କୁ ନିୟମିତ ଭାବେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା,ସ୍କୁଲ ଛାଡ଼ିଥିବା କିଶୋରୀ ମାନଙ୍କୁ ପୁନଃ ଶିକ୍ଷାଗ୍ରହଣର ବ୍ୟବସ୍ଥା ଭଳି ବିଭିନ୍ନ ଦାବୀ ଗୁଡ଼ିକ ଦାବୀପତ୍ରରେ ଉଲ୍ଲେଖ ରହିଛି । ଜିଲ୍ଲା ପରିଚାଳକ ଆଶିଷ କୁମାର ବେହେରା,ବ୍ଲକ ସଂଯୋଜକ ସୁଶାନ୍ତ କୁମାର ପଟ୍ଟନାୟକ,ଜନସାଥି ଆୟୁବ ମଣ୍ଡଳ,ଯୋଷିଏଲ୍ ରଇତ,ଡେବିଡ ରଇତଙ୍କ ଏହି କାର୍ଯ୍ୟ କ୍ରମରେ ସହଯୋଗ କରିଥିବା ବେଳେ ଶୃଙ୍ଖଳା ରକ୍ଷା ନିମନ୍ତେ ଖଜୁରୀପଦା ଫାଣ୍ଡି ଅଧିକାରୀ ଡି.ଗଜପତି ଦୋରା ସଦଳବଳେ ଉପସ୍ଥିତ ଥିଲେ ।

