୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ORMAS, ପଞ୍ଚାୟତି ରାଜ୍ ଓ ପାନୀୟଜଳ ବିଭାଗ ତରଫରୁ ଏବଂ ଓଡ଼ିଶା ଜିବିକା ମିଶନ, ମିଶନ ଶକ୍ତି ବିଭାଗ ର ସହାୟତା କ୍ରମେ DDU-GKY ଅଧୀନରେ ବ୍ଲକ୍ ଲେବେଲ କାଉନସିଲିଙ୍ଗ୍ କ୍ୟାମ୍ପ ଅନୁଷ୍ଠିତ ହେଇଥିଲା । ଏହି କ୍ୟାମ୍ପ ଗ୍ରାମୀଣ ବେକାର ଯୁବକ ଓ ଯୁବତୀମାନଙ୍କୁ ତାଲିମ୍ ଓ ଚାକିରୀ ପ୍ରଦାନ କରିବା ନିମନ୍ତେ କରା ଯାଇଥିଲା । ଏହି କ୍ୟାମ୍ପ ରେ ୨୦୦ ରୁ ଉର୍ଦ୍ଧ ଯୁବକ ଓ ଯୁବତୀ ଯୋଗ ଦେଇଥିଲେ ।
ଏହି କ୍ୟାମ୍ପ ପାଇଁ ରାଜ୍ଯ, ଜିଲ୍ଲା ରୁ PIA ମେମ୍ବର ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ତାଲିମ୍ ଓ ଚାକିରୀ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଜିଲାପରିଷ ସଭ୍ୟା ଯମୁନା ଦଳବେହେରା, ବିସସଓ ଅରୁଣ ଉଦୟଭାନୁ , ଓଡିଶା ଜୀବିକା ମିଶନର ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ପଣ୍ଡା, BTC ମାନେ ଉପସ୍ଥିତ ଥିଲେ । ଏହି କ୍ୟାମ୍ପ ରେ ବିଭିନ୍ନ ପ୍ରକାର ତାଲିମ୍ ଓ ଚାକିରୀ ପାଇଁ ୪୨ ଜଣ ଯୁବକ ଓ ଯୁବତୀ ନିଜର ନାମ ପଞ୍ଜୀକରଣ କରିଥିଲେ ।

