
୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ଯକ୍ଷ୍ମା ଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରବୀନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାରତ ସରକାର 2025 ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।ପ୍ରତେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଃଶୁକ୍ଲ ଟିବି ନିରୂପଣ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରାଙ୍କ ସଂମାନିୟ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗର ଲକ୍ଷଣ, ସମସ୍ତ ସରକାରୀ ସ୍ୱସ୍ଥ୍ୟ କେନ୍ଦ୍ରରେ ବିନା ଦେୟରେ ଟିବି ରୋଗର ଔଷଧ ଯୋଗାଇ ଦିଆଯାଇଛି ଓ ଚିକିତ୍ସା ସହ ପୃଷ୍ଟି କର ଖାଦ୍ୟ ପାଇଁ ସହାୟତା ଉପଲଧ ବିଷୟରେ ବୁଝାଇ ଥିଲେ । ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।ଟିବି କାଯ୍ୟକ୍ରମ ରେ ଉଲ୍ଲେଖ ନିୟ ନୋଟିଫିକେସନ, ନିଦାନ ଓ ଚିକିତ୍ସା ନିଜର ଦକ୍ଷତା ପ୍ରତିପାଦନ କରିଥିବା ଡାକ୍ତର ସୁବାସ ଚନ୍ଦ୍ର ଘଡେଇ,ଡାକ୍ତର ସିଦ୍ଧାର୍ଥ ଦାସ, ଘରେଇ ଚିକିତ୍ସା ହସ୍ପିଟାଲ କୁ ସମ୍ନାନିତ କରାଯାଇଥିଲା । ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ଦିଲୀପ ପ୍ରଧାନ, ଦୀପକ ଦଳବେହେରା, ଶରତ ଚନ୍ଦ୍ର ଓଝା , ଆଶୁତୋଷ ସାମନ୍ତସିଂହାର, ବିଶ୍ବରଂଜନ ଦଳେଇ ଓ କାର୍ଯ୍ୟକ୍ରମ ସଂଯୋଜକ ରୁଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ। ତେବେ ଏ କାର୍ଯ୍ୟକ୍ରମ ଏତେ ଉଚ୍ଚକୋଟିର ଆଉ ଉନ୍ନତ ମାନର ହୋଇଥିଲାଯେ ସଭାରେ ଉପସ୍ଥିତ ସଚେତନତା ପ୍ରେମୀ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଶଂସାରେ ପୋତି ପକାଇ ଥିବାବେଳେ ଏପରିକି ଏତେ ଉନ୍ନତ ମାନର ଯକ୍ଷମା ସଚେତନତା କାର୍ଯ୍ୟକ୍ରମ କେତେବେଳେ ହୋଇ ନଥିବାବେଳେ ଜଣେ ଦକ୍ଷ ଆଉ ସାଧୁ ସିଡ଼ିଏମଓ ଆସିବାରୁ ଏଭଳି ଉନ୍ନତ କାମ ହେବା ସମ୍ଭବ ହେଲା ବୋଲି ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି |

