ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ୱ ଭବନରେ ପାଳିତ ହେଲା ଅଷ୍ଟାଦଶ ବାର୍ଷିକ ଉତ୍ସବ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ୱ ନୂତନ ଭବନ ଉଦଘାଟନ ସମାରୋହ ସହିତ ଅଷ୍ଟାଦଶ ବାର୍ଷିକ ଉତ୍ସବ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦିବସରେ ବିଦ୍ଯାଳୟ ଭବନ ଉଦଘାଟନ ଓ ପାଞ୍ଚ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବା ବେଳେ ଦ୍ବିତୀୟ ଦିବସରେ ମା ସାରଦା ଗୋ ଶାଳା, ଗୋଲାପ ଦେବୀ କକ୍ଷ ଓ ତ୍ରିନାଥ ପାତ୍ର କକ୍ଷ ଉଦଘାଟନ ହୋଇ ଯାଇଛି ।ପ୍ରଥମ ଦିବସରେ ଉଦାଘଟକ ଭାବେ ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠର ଅଧ୍ୟକ୍ଷ ଶ୍ରୀମଦ୍ ସ୍ୱାମୀ ଆତ୍ମପ୍ରଭାନନ୍ଦଜୀ ମହାରାଜ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ,ମୁଖ୍ୟବକ୍ତା ଭାବେ ରାମକୃଷ୍ଣ ମିଶନ, ହାଟମୁନିଗୁଡାର ସନ୍ଯାସୀ ଶ୍ରୀମଦ୍ ସ୍ୱାମୀ ପ୍ରଭୁବରାନନ୍ଦଜୀ ମହରାଜ,ସମ୍ମାନିତ ଅତିଥି ଭାବେ ପ୍ରଫେସର ସୁରେନ୍ଦ୍ର ମୋହନ ମିଶ୍ର ଓ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଉକ୍ତ ଦିନ ବିଦ୍ଯାଳୟର ସଭାପତି ଡକ୍ଟର ସଦାଶିବ ବିଶ୍ବାଳଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା । ସେହିପରି ଦ୍ବିତୀୟ ଦିବସରେ ମୁଖ୍ଯ ଅତିଥି ଭାବେ ରଣପୁରର ବିଧାୟକ ସତ୍ୟନାରାୟଣ ପ୍ରଧାନ,ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଶ୍ରୀ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ମହାସଚିବ ଡା. କରୁଣାକର ପ୍ରଧାନ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦର ଅଧ୍ଯକ୍ଷା ନିରୂପମା ଖଟେଇ ଓ ନୟାଗଡ଼ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଯୋଗଦେଇ ଥିଲେ ।ଦ୍ବିତୀୟ ଦିବସରେ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂପାଦକ ଶ୍ରୀଯୁକ୍ତ ସାହୁ ବିଦ୍ଯାଳୟ ଭବନ ନିର୍ମାଣ କାହାଣୀ ବର୍ଣ୍ଣନା କରିବା ସହିତ ବିଦ୍ଯାଳୟ ପାଇଁ ସାଢେ ତିନି ଏକର ଜମି କ୍ରୟ ହୋଇଥିବା ବିଷୟରେ ସୂଚନା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ଉତ୍ତମ ମଣିଷ ହୋଇ ଯୁଗନିର୍ମାଣରେ ବ୍ରତୀ ହେବା ସହ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଅତିଥି ମାନେ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀମାନେ କିପରି ମାନସିକ,ବୌଦ୍ଧିକ ,ଆଧ୍ୟାତ୍ମିକ ଓ ଶାରୀରିକ କ୍ଷେତ୍ରରେ ସୁସଙ୍ଗଠିତ ହୋଇ ଦେଶସେବାରେ ବ୍ରତୀ ହୋଇ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବେ ସେଥିପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୩ୟ ଓ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା,ମାଟ୍ରିକ ପରୀକ୍ଷା , ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ତଥା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହା ସହିତ ବିଦ୍ଯାଳୟକୁ ଭୂମି ଦାନ କରିଥିବା ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯାପକ ପ୍ରସନ୍ନ କୁମାର ବସନ୍ତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ । ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା ।

Exit mobile version