ଭୁବନ ମହିଳା ମହାବିଦ୍ୟାଳୟରେ ବର୍ଷାଜଳ ସଂରକ୍ଷଣ ଆଲୋଚନା ଚକ୍ର

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବର୍ଷାଜଳ ସଂରକ୍ଷଣ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଓ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବୋହିଯାଉଥିବା ବର୍ଷାଜଳକୁ କିଭଳି ଭାବେ ସଂରକ୍ଷଣ କରାଯାଇ ପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ନେହେରୁ ଯୁବ େôକନ୍ଦ୍ର ପ୍ରତିଷ୍ଠାନର ଢେଙ୍କାନାଳ ଜିଲ୍ଲା ଯୁବ ସଂଯୋଜକ ଆଲୋକ ଦାସ ବର୍ଷା ଜଳ ସଂରକ୍ଷଣ ଦ୍ୱାରା ଭୂତଳ ଜଳସ୍ତରକୁ ରକ୍ଷା କରିବା ସହ ଆଗାମୀ ଭବିଷ୍ୟତକୁ ସ୍ୱଚ୍ଛ ଜଳପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ବୋଲି ମତବ୍ୟକ୍ତ କରି ଏନେଇ ଶପଥ ପାଠ କରାଇଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ , ଆକାଉଟାଣ୍ଟ ଶଶାଙ୍କ ଶେଖର ମହାପାତ୍ର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରୀମାନେ ସଚେତନତା ବାର୍ତା ଲେଖାଥିବା ବ୍ୟାନର ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

Exit mobile version