Home ଅପରାଧ ମାମୁ ଘର ଯିବା ବାଟରେ ମୋଟର ସାଇକେଲକୁ ପଛରୁ ଧକ୍କା ଦେଲା ଟ୍ରକ : ଝିଅ ମୃତ , ବାପା ଗୁରୁତର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଆଜି ମଧ୍ୟାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ କୁ ପଛପଟୁ ପିଟିଥିଲା ଟ୍ରକ ଆଉ ଏହି ଦୁର୍ଘଟଣାରେ ବାଇକ ପଛରେ ବସିଥିବା ଝିଅର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ବାପା ଗୁରୁତର ଆହତ ହୋଇଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ପର୍ଜଙ୍ଗ ଥାନା ପାଣିଭଣ୍ଡାର ଗ୍ରାମରୁ ବାପା-ଝିଅ ଦୁହେଁ ଓଡି୧୯ଇ-୯୬୧୯ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ ଭୁବନ ଥାନା ଧଳପଡା ଗ୍ରାମକୁ ମାମୁ ଘରକୁ ଆସୁଥିବା ବେଳେ ୫୩ ନମ୍ବର ଯମୁନାକୋଟ ଛକ ନିକରେ ପଛରୁ ଓଡି୦୯ଆର-୨୫୩୧ ନମ୍ବର ବିଶିଷ୍ଟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଝିଅଟି ଗାଡିରୁ ଛିଟିକି ପଡି ମୁଣ୍ଡରେ ଶକ୍ତ ମାଡ ହୋଇ ପ୍ରଚୁର ରକ୍ତ ଶ୍ରାବ ହୋଇଥିଲା । ଏ ସଂପର୍କରେ ଖବର ପାଇ ସୁରପ୍ରତାପପୁର ଫାଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ବାପା-ଝିଅ ଉଭୟଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ଓ ତାଙ୍କ ବାପାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ମୃତ ଝିଅ ର ନାମ ସ୍ୱାତୀ ସୁଚରିତା ଜେନା (୧୬) ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ତାଙ୍କ ମାମୁ ଘରକୁ ବୁଲିବାକୁ ଆସୁଥିଲେ । ବାପା ଙ୍କ ନାମ ଅଭିରାମ ଜେନା । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଭୁବନ ପୋଲିସ ଟ୍ରକକୁ ଜବତ କରି କେଶ ନଂ୯୪/୨୦୨୩ ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । Categories: ଅପରାଧ, ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026