Home ଓଡ଼ିଶା ପାରଳାଖେମୁଣ୍ଡି ଭକ୍ତି ସଙ୍ଗୀତ ସଂସଦର ଗୁରୁ ଏମ୍. ମାଧବ ପାତ୍ରଙ୍କୁ ”ନବରଙ୍ଗପୁର ଠାରେ ମାଆ”ରାଧାଦେବୀ କଳାଶ୍ରୀ” ସମ୍ମାନରେ ସମ୍ମାନୀତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ଭାରତୀ କଳା ନିକେତନ” ଦ୍ଵାରା ଆୟୋଜିତ ସପ୍ତଦଶ ବାର୍ଷିକ ଉତ୍ସବ ଓ ପଞ୍ଚମ ତ୍ରିଦିବସୀୟ ନାଟକ ମହୋତ୍ସବରେ ଭକ୍ତି ସଙ୍ଗୀତ ସଂସଦ, ପାରଳାଖେମୁଣ୍ଡି ର ଗୁରୁ ଏମ. ମାଧବ ପାତ୍ରଙ୍କୁ ଅନୁଷ୍ଠାନ ଦ୍ବାରା ” ମାଆ ରାଧାଦେବୀ କଳାଶ୍ରୀ” ସମ୍ମାନର ୨୦୨୩ରେ ସମ୍ମାନିତ କରିବା ସହସମ୍ବର୍ଦ୍ଧିତ କରାଯାଇଛି ତାଙ୍କର ଯନ୍ତ୍ର୍ରସଙ୍ଗୀତ ପରିଚାଳନା ଓ ସୁଲଳିତ କଣ୍ଠ ସଙ୍ଗୀତକୁ ଦୃଷ୍ଟିରେ ରଖି ଏହି ସମ୍ମାନ ପ୍ରଦାନ କରାଯାଇଛି l ଉକ୍ତ ସମ୍ବର୍ଦ୍ଧିତ ସଭାରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି, ନାଟ୍ୟକାର ଗୌରୀ ପ୍ରସାଦ ରଥ, ନାଟ୍ୟକାର ପରମେଶ୍ଵର ମୁଣ୍ଡ, ସମ୍ମାନିତ ଅତିଥି ତଥା ଅନୁଷ୍ଠାନର ଅଧ୍ୟକ୍ଷା ମଧୁସ୍ମିତା ମହାରଣା ଓ ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ଗୋପାଳ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ l ଅତିଥି ମାନେ ଶ୍ରୀ ଏମ୍. ମାଧବ ପାତ୍ରଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପମାଲ୍ଯ ଓ ଅନୁଷ୍ଠାନର ସ୍ମୃତି ଫଳକ ପ୍ରଦାନପୂର୍ବକ ତାଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ “ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ-୨୦୨୩” ରେ ସମ୍ବର୍ଦ୍ଧିତ କରିଥିଲେ ଏଥିପାଇଁ ପାରଳାଖେମୁଣ୍ଡି ଓ ଭକ୍ତି ସଙ୍ଗୀତ ସଂସଦ ର କଳାପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଗର୍ବ ଅନୁଭବ କରିଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ by Proprietor Abhimanyu Maharana September 3, 2026 ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ by Proprietor Abhimanyu Maharana September 3, 2026 ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 3, 2026 ବୃକ୍ଷ ରୋପଣ କାର୍ଯ୍ୟକ୍ରମ by Proprietor Abhimanyu Maharana September 3, 2026 ନୟାଗଡ଼ ବୟୋଜ୍ୟେଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା by Proprietor Abhimanyu Maharana September 3, 2026 ନୟାଗଡ଼ ମ୍ୟୁନିସିପାଲିଟିରେ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ by Proprietor Abhimanyu Maharana September 3, 2026