Home ଓଡ଼ିଶା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଦେଇଥିବା ପ୍ରତିଶୃତି ରକ୍ଷା କଲେ – ବ୍ରହ୍ମପୁର ସାଂସଦଚନ୍ଦ୍ର ଶେଖର ସାହୁ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଗତମାସ ଫେବୃୟାରୀ ୨୮ତାରିଖ ଦିନ ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟେବୁଲଚେୟାର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସାଂସଦ ଶ୍ରୀ ସାହୁ ୨୨ ଦିନ ମଧ୍ୟରେ ନିଜର ପ୍ରତିଶୃତି ପୁରଣ କରିଥିବାର ଜଣାପଡିଛି । ସାଂସଦ ଶ୍ରୀ ସାହୁଙ୍କ ତରଫରୁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଟେବୁଲ ଚେୟାର ହସ୍ତାନ୍ତର କରିଥିବାର ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟ ୫ଟି ଅନ୍ତର୍ଭୁକ୍ତ କରାଯାଇ ଉନ୍ନୟନ କରାଯାଇଛି । ହେଲେ ସାଂସଦ ଶ୍ରୀ ସାହୁ ନିଜସ୍ୱ ଉଦ୍ୟମରେ ଛାତ୍ରୀମାନଙ୍କ ଲାଗି ୩୦୦ ଟେବୁଲ ଚେୟାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ବିଦ୍ୟାଳୟର ଆହୁରି ଉନ୍ନତି ଘଟିବାରେ ସହାୟକ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଟେବୁଲଚେୟାର ପହଞ୍ଚିବା ସମୟରେ ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜୁ, ପାରଳା ନଗର ବିଜେଡି ସଭାପତି ସୁଧିରଞ୍ଜନ ମହାପାତ୍ର, ଯୁବନେତା ସୁଜିତ କୁମାର ଦାସ, ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦଙ୍କ ଏପରି ମହତ୍ୱ କାର୍ଯ୍ୟ ତଥା ସ୍ୱଳ୍ପ ଦିନରେ ନିଜର ପ୍ରତିଶୃତି ରକ୍ଷା କରିଥିବାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026