୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତି ପୀଠରେ ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା ଜାଗୁଳାଇ, ଆଜି ତୃତୀୟା କ୍ଷେୟ ଥିବାରୁ ଘଣ୍ଟାଏ ପରେ ବ୍ରହ୍ମଚାରିଣୀ ବେଶ ଦର୍ଶନ ଶେଷ କରି ପୁନଃ ମହାସ୍ନାନ ପରେ ମାଙ୍କୁ ଚନ୍ଦ୍ରଘଣ୍ଟା ବେଷରେ ସଜ୍ଜା ଯାଇଥିଲା । ଷୋଡ଼ଶ ଉପଚାର ପୂଜା ପରେ ସପ୍ତସତୀ ଚଣ୍ଡୀପାଠ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯଜ୍ଞ ଚାଲିଥିଲା । 
ଆସନ୍ତା କାଲି କୁଷ୍ମଣ୍ଡା ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ଶ୍ରୀ ମନୋରଞ୍ଜନ ପଣ୍ଡା ପ୍ରକାଶ କରିଥିଲେ । ସଭାପତି ରାଧାମୋହନ ପଟ୍ଟନାୟକ, ଉପସଭାପତି ରବିନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାସ, ସହ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା,ରାମ ସାହୁ,ଭାଗିରଥି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହାଣୀ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ପ୍ରସିଦ୍ଧ ଚିତ୍ରକର ବିଜୟ କୁମାର ପଣ୍ଡା ମାଙ୍କୁ ଭେଷ କରାଇଥିଲେ ବୋଲି ମିଡ଼ିଆ ସେଲର ମୁଖ୍ୟ ତଥା କମିଟି ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଥିଲେ ।
