୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ରାମନାଗୁଡା ବ୍ଲକ୍ ରେ ଖିଲାପଦର ଚକ ଠାରୁ ଶୋଭା ଯାତ୍ରା ପଥ ରାଲି ବାହାରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ତହସିଲ୍ କାର୍ଯ୍ୟାଳୟ ପ୍ରାଙ୍ଗଣ ପର୍ଯ୍ୟନ୍ତ ଏକ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୧୦ ଦଫା ଦାବୀ ସମ୍ମୁହ ପତ୍ର ଦେଇଥିବା ବେଳେ ତହସିଲଦାର୍ କେତେକ ଆଲୋଚନା ବିଷୟ ନେଇ ପତ୍ର ମାଧ୍ୟମରେ ଦେଇଛନ୍ତି । ରାମନାଗୁଡା ବ୍ଲକର ଅନେକ ଅଞ୍ଚଳ ପୂର୍ବ ପୁରୁଷମାନେ ଆଦିମ ଆଦିବାସୀମାନେ ଡଙ୍ଗର, ପାହାଡ ଖୋଳି ଖୋଳି ସମତଳ କରି ଚାଷ ବାସ କରି ଆସୁଥିବା ଉକ୍ତ ଚାଷ ଜମି, ଜଙ୍ଗଲ ପାହାଡ ଜମିର ପଟ୍ଟା, ଘର ଡିହ ପଟ୍ଟା ବର୍ଷ ବର୍ଷ ଧରି ଆନ୍ଧୋଳନ କରି ଆସୁଛନ୍ତି ହେଲେ ଜମିର ପଟ୍ଟା ପାଇ ପାରୁ ନ ଥିବା ଜଣାପଡିଛି । ଉକ୍ତ ସମସ୍ୟାର ସମାଦାନ ପାଇଁ ସରକାର ଏବଂ ତହସିଲଦାର୍ କିଛି ଆକ୍ଷେପ ପଦକ୍ଷେପ ଗ୍ରହଣକରୁ ନ ଥିବାରୁ ଆଜି ଏକ ଗଣ ପ୍ରତିବାଦ ଶୋଭା ଯାତ୍ରା ଶୁଣାଣି ଦେଉଥିଲେ ।
ଏଣିକି ଏହି ସତ୍ୟ ପ୍ରକାଶ ଥାଉ କି ଗୁଣପୁର ଉପ-ଖଣ୍ଡକୁ ଜିଲ୍ଳା ରୂପେ ଘୋଷଣା କରାଯାଉ । ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତର କାକିଟି ଅଞ୍ଚଳରେ ପୂର୍ବ ପୁରୁଷରୁ ଦଖଲରେ ଥିବା ଆଦିବାସୀ ମାନଙ୍କର ଜମିକୁ ଆନ୍ଦ୍ର ପ୍ରଦେଶର ଜମିଦାରମାନେ ବେ-ଆଇନ୍ ଭାବରେ ସେମାନଙ୍କ ନାମରେ ରେଜିଷ୍ଟ୍ରେସନ୍ କରାଇଥିବା ପଟ୍ଟାଗୁଡିକୁ ନାକଚ କରି ଆଦି ବାସୀଙ୍କ ନାମରେ ପଟ୍ଟା ପ୍ରଦାନ କରାଯାଉ । ଲାଉଗୁଡା ଗ୍ରାମର ଓଡିଶା ପରିସୀମା ଭିତରେ ଥିବା ଜମିକୁ ଆନ୍ଦ୍ର ପ୍ରଦେଶର ଲୋକମାନେ ଅନଧିକାର ପ୍ରବେଶ କରି ଓଡିଶା ଜମିକୁ ଅକ୍ତିଆକର କରି ବେ-ନାମି ଭାବେ ନିଜ ଅଧିକାରରେ ରଖିଛନ୍ତି, ସେହି ଜମିଗୁଡିକୁ ତଦନ୍ତ କରି ଆଦିବାସୀଙ୍କୁ ପ୍ରଦାନ କରାଯାଉ । ଗୁଲଣ୍ଟି ଗ୍ରାମପଞ୍ଚାୟତର ତାମିଲ୍ ଗୁଡା ଗ୍ରାମରେ ପୂର୍ବ ପୁରୁଷରୁ ୧୦ ଏକର ଜମି ଭୋଗ ଦଖଲ କରି ଅଛନ୍ତି,ଉକ୍ତ ଜମିକୁ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରାଯିବାର ସୁ-ବ୍ୟବସ୍ଥା କରାଯାଉ । କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଓ ଗ୍ରାମସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବନ୍ଦ କରାଯାଉ ଏବଂ ଆଦିବାସୀ ଓ ପରିବେଶ ବିରୋଧି ଜଙ୍ଗଲସଂରକ୍ଷଣ ନିୟମାବଳୀ ୨୦୨୦ ପ୍ରତ୍ୟାହାର କରାଯାଉ । ତାମିଲିଗୁଡା,ବଡମୁନିଗାଁ,କାକିଟି,ପଣସଗୁଡା ଅନ୍ୟାନ୍ୟ ଗ୍ରାମରେ ଆଦି ବାସୀମାନଙ୍କ ଭୋଗ ଦଖଲରେ ଥିବା ଘର,ଡଙ୍ଗର,ସରକାରୀ ଜମିକୁ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରାଯାଉ । ରାମନାଗୁଡା ତହସିଲ୍ ଏରିଆର ରାଜସ୍ବ ନିରୀକ୍ଷକ ଓ ଅମିନଙ୍କ ଦ୍ବାରା ଆଦିବାସୀ ଗରିବଙ୍କ ଦଖଲରେ ରହିଥିବା ଜଙ୍ଗଲ ଜମି, ପାହାଡ ଜମି ଓ ବଞ୍ଜାରି ଜମିକୁ ଚିହ୍ନଟ କରିବା ପାଇଁ ତହସିଲଦାର, ରାମନାଗୁଡା ମହୋଦୟ ରାଜସ୍ବ ନିରିକ୍ଷକଙ୍କୁ ଆଦେଶ କରନ୍ତୁ । ରାମନାଗୁଡା ବ୍ଲକର ଗରଣ୍ଡା, ଆଡାମଗୁଡା,କାକିଟି,ଆଡାବାଇ, ପାଲିକିଡାଙ୍ଗ, ଇତ୍ୟାଦି ଗ୍ରାମର ଆଦିବାସୀମାନେ ଭୋଗ ଦଖଲ କରି ରଖିଥିବା ଜମି ପ୍ରାୟ ୨୦୦ ଏକର ଜମିକୁ ଆନ୍ଦ୍ର ପ୍ରଦେଶର ଜମିଦାରମାନେ ବେ-ଆଇନ୍ ଭାବେ ରେଜିଷ୍ଟି ଭୁକ୍ତ କରିଛନ୍ତି । ଏହାକୁ କ୍ରାଇମ୍ ବ୍ରାଞ୍ଚ ଦ୍ବାରା ତଦନ୍ତ କରି ଆଦିବାସୀମାନଙ୍କୁ ଫେରାଇ ଦେବାର ବ୍ୟବସ୍ଥା କରାଯାଉ । ସଉରା ଭାଷା ଓ ଲିଫିକୁ ସାମ୍ବିଧାନିକ ଅଧିକାର ଦିଆଯାଉ । ଗ୍ରାମୀଣ କ୍ଷେତ ମୂଲିଆମାନଙ୍କୁ କେନ୍ଦ୍ରୀୟ ଆଇନ୍ ପ୍ରଣୟନ କରିବା ସହ ଇନ୍ଦିରା ଆବସ ଯୋଜନା ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ଓ (ଏମ୍ ଜି ଏନ୍ ଆର୍ ଇ ଜି ଏ) କାମରେ ବର୍ଷକୁ ୨୦୦ ଦିନର କାମ, ଦୈନିକ ମଜୁରୀ ମୂଲ୍ୟ- ୬୦୦/-ଟଙ୍କା ଯୋଗାଇ ଦିଆଯାଉ । ଏଣିକି ଆଡାମଗୁଡା,ପାଲକିଡାଙ୍ଗ ଇତ୍ୟାଦି ଅଞ୍ଚଳରେ ଏମ୍ ଜି ଏନ୍ ଆର୍ ଇ ଜି ଏ କାମରେ କାମର ଟଙ୍କା ଠିକାଦାରମାନେ ନାଲି ଆଖି ଦେଖେଇ ନିଜ ନାମରେ ପାସ୍ ବୁକ୍ ଖାତା ଖୋଲି ଟଙ୍କା ହଡଫ କରୁଛନ୍ତି । ଏହି ବ୍ଲକର ଗରିବ ନିରୀହ ଆଦିବାସୀମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତଙ୍କୁ ରେସନ୍ କାର୍ଡ ଯୋଗାଇ ଦିଆଯାଉ ଏବଂ ପରିବାର ପିଛା ୫୦ କେ ଜି ଚାଉଳ ଓ ରେସନ୍ ସାମଗ୍ରୀ ବଣ୍ଟନ କରି ଦିଆଯାଉ । ପ୍ରତି ଗ୍ରାମ ପଞ୍ଚାୟତରେ ଦିଆଯାଉ ଥିବା ବାର୍ଦ୍ଧକ୍ୟ ଭତ୍ତା ଓ ବିକଳାଙ୍ଗ ଓ ବିଧବା ଭତ୍ତାମାନଙ୍କୁ ମାସିକ ଭତ୍ତାର ମୂଲ୍ୟ-୩୦୦୦/-ଟଙ୍କା କରାଯାଇ ପ୍ରତି ଗ୍ରାମ ପଞ୍ଚାୟତରେ ଦିଆଯାଉ । ୨୦୨୨ ମସିହା ବିଦ୍ୟୁତ୍ ବିଲ୍ ଆଇନକୁ ରଦ୍ଦ ଏବଂ ଗ୍ୟାସ୍ ର ଦରଦାମ୍ ବୃଦ୍ଧିକୁ ବନ୍ଦ କରାଯାଉ । ସମ୍ବିଧାନର ୫ମ ଅନୁସୂଚିତ ଆଦିବାସୀ ସଂପ୍ରଦାୟର ପାରମ୍ଫରିକ ଅଧିକାର ଓ ହକ୍କ ଗୁଡିକ କାର୍ଯ୍ୟ କାରୀ କରାଯାଉ । ରାମନାଗୁଡା ବ୍ଲକ୍ ରେ ଗୋଟିଏ ଟି ଡି ସି ସି କେନ୍ଦ୍ର ଖୋଲାଯାଇ ଆଦିବାସୀଙ୍କ ଜଙ୍ଗଲଜାତ ଦ୍ରବ୍ୟ ଯଥା:-ମହୁଲ, ସପା, ତେନ୍ତୁଳି,ଝାଡୁ, ଝୁଣା,ବିରି, ଜୁଡୁଙ୍ଗ,କାନ୍ଦୁଲ,ମାଣ୍ଡିଆ ଇତ୍ୟାଦି ଦ୍ରବ୍ୟଗୁଡିକ ସେହି ସ୍ଥାନରେ କ୍ରୟ ଓ ବିକ୍ରୟ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ । ରାମନାଗୁଡା ବ୍ଲକର ଗୁଲୁଣ୍ଟି ପଞ୍ଚାୟତ, ତାମିଲିଗୁଡା ନାଳ ଉପରେ ଝୁଲ୍ଲା ବ୍ରିଜ୍ ଓ ଲହରିଗାଡା ନାଳ ଉପରେ ଚେକ୍ ଡ୍ୟାମ୍ ନିର୍ମାଣ କରି ଚାଷୀଙ୍କୁ ଜଳସେଚନର ବ୍ୟବସ୍ଥା କରାଯାଉ । ରାମନାଗୁଡା ବ୍ଲକ୍ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ବସ୍ ଷ୍ଟାଣ୍ଡକୁ ସଂପୂର୍ଣଣ୍ଣ ଭାବରେ କରାଯାଉ ଏବଂ ସେଠାରେ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣର ବ୍ୟବସ୍ଥା କରାଯାଉ । ଉକ୍ତ ଗଣ ପ୍ରତିବାଦରେ ସି ପି ଆଇ (ଏମ୍ ଏଲ୍) ଲିବରେସନ୍ ରାଜ୍ୟ କମିଟି ଶ୍ରୀ-ବୃନ୍ଦାବନ ବିଡିକା,ଜିଲ୍ଲା କମିଟି ଶ୍ରୀ-ତ୍ରୀପତି ଗମାଙ୍ଗ,ଜେମ୍ସ ଶବର, ଦାସୁରୁ ପାତିକା, ଶାନ୍ତି ମାଣ୍ଡାଙ୍ଗି, ହରିସ୍ ଚନ୍ଦ୍ର ନିମାଲା, ଗୁୟୁଡୁ ଶବର, ସନ୍ୟା ଶବର,ଏଲିୟ ବିଡିକା, ରମେଶ ବିଡିକା,ମଜେସ୍ ବିଡିକା, ଗୋବିନ୍ଧ ପାତିକା, ପୋଲିସ୍ ପ୍ରଶାସନ ତଥ୍ ସହ ସହ ସହ ଲୋକେ ସହ ଯୋଗରେ ଉପସ୍ଥିତ ରହିଥିଲେ ।

