ଗଜପତି ମୋହନା ବ୍ଲକ୍ କର୍ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ : ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା

ଗାଁ କୁ ଭଲ ରାସ୍ତା ନିର୍ମାଣ ପାଇଁ କେତେ ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ପାଲଟି ଯାଇଛି ବୋଲି କହିଛନ୍ତି

୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ପହଞ୍ଚିଲାନି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଘଟଣା ଘଟିଛି ଗଜପତି ମୋହନା ବ୍ଲକ୍ କର୍ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ । ଗାଁର ମୁନା ଶବରଙ୍କ ସ୍ତ୍ରୀ ସୁନିତା ଶବରଙ୍କ ପ୍ରସବ ବେଦନା ହେବାରୁ ଆଶା ଦିଦି ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

ହେଲେ ଗାଁ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଗାଁ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସୁନିତାଙ୍କ ଘରେ ପହଞ୍ଚିବା ପରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ ମାନେ ମିଳିତ ଭାବେ ସୁନିତାଙ୍କୁ ପ୍ରାୟ ୨ କିମି ରାସ୍ତା ଷ୍ଟ୍ରେଚରରେ ବୋହି ଆଣିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସୁନିତାଙ୍କ ବର୍ତ୍ତମାନ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି । ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ତେବେ ଗାଁ କୁ ଭଲ ରାସ୍ତା ନିର୍ମାଣ ପାଇଁ କେତେ ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ପାଲଟି ଯାଇଛି ବୋଲି କହିଛନ୍ତି, ଉଭୟ ଆଶା ଦିଦି ଓ ସୁନିତାଙ୍କ ଭାଉଜ

Exit mobile version