ମହୁମାଛି ଆକ୍ରମଣରେ ମହିଳା ଗୁରୁତ୍ବର

୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ବାଘୁଆ ମହୁମାଛି ଆକ୍ରମଣରେ ଜଣେ ମହିଳା ଗୁରୁତ୍ବର ହୋଇଛିନ୍ତି । ମହିଳା ଗଜପତି ଜିଲ୍ଲା ମୋହନା ବ୍ଳକର ଗଣ୍ଡାପାଳୁ ଗାଁର ବାସନ୍ତୀ ମଲ୍ଲିକ । ସେ ଆଜି ପୋଦଶି ଗାଁକୁ ଯାଇ ଅପରାହ୍ନ ଜଙ୍ଗଲ ରାସ୍ତାରେ ଦେଇ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା ।

ପ୍ରାଣ ବିକଳରେ ମହିଳା ଘରକୁ ଦୌଡିଦୌଡି ପଳାଇଥିଲେ । ତାଙ୍କୁ ପରିବାର ଲୋକେ ମୋହନା ଡାକ୍ତରଖାନରେ ଭତ୍ତି କରିଥିଲେ । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ପୁଅ ବିରେଞ୍ଚି ମଲ୍ଲିକ କହିଥିଲେ ।

Exit mobile version