Home ଓଡ଼ିଶା ନୃସିଂହନାଥ ରେ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଜିଲ୍ଲା ଅଧିକାରୀ ଅନୁପସ୍ଥିତ ଥିବାରୁ ବୈଠକ ରେ କ୍ଷୋଭ ପ୍ରକାଶ ପାଇଛି ।ମେଳା କୁ ଆବଶ୍ୟକ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି । ୨୩ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗୀର :- ପଶ୍ଚିମ ଓଡ଼ିଶାର ପ୍ରମୁଖ ନୃସିଂହନାଥ ତୀର୍ଥ ସ୍ଥଳୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା ର ଏକ ପ୍ରସ୍ତୁତି ବୈଠକ ଭୋକ ମଣ୍ଡପ ପରିସରରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା କୁ ପୂର୍ବ ବର୍ଷ ତୁଳନାରେ ଅଧିକ ଆକର୍ଷଣୀୟ ଓ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ର ପ୍ରାରମ୍ଭ ରେ ଜିଲ୍ଲାପାଳ ଓ ଜିଲ୍ଲା ର ଅନ୍ୟ ଉଚ୍ଚ ଅଧିକାରୀ ମାନଙ୍କ ଅନୁପସ୍ଥିତ କୁ ନେଇ ତୀବ୍ର ସମାଲୋଚନା କରାଯାଇଥିଲା । ଅନ୍ୟ ପକ୍ଷରେ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଏହି ମେଲା ପ୍ରତି ପ୍ରଶାସନିକ ଅବହେଳା ଏବଂ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଆନ୍ତରିକତା ନଥିବା ସ୍ପଷ୍ଟ ଭାବରେ ଜଣା ପଡୁଛି ମତ ପ୍ରକାଶ ପାଇଥିଲା । ଏହାପରେ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର ଦ୍ୱାରା ଗତ ବର୍ଷ ମେଲା ର ଅୟବ୍ୟୟ ବିବରଣୀ ପାଠ କରାଯାଇଥିଲା । ଏହାପରେ ବିଦ୍ୟୁତ, ପାନୀୟ ଜଳ , ପୋଲିସ , ସ୍ୱାସ୍ଥ୍ୟ, ଅଗ୍ନିଶମ, ଅବକାରୀ ବିଭାଗର କାର୍ୟ୍ଯ ବାବଦରେ ବିସ୍ତ୍ରୁତ ଭାବରେ ଆଲୋଚନା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଇପରେ ଆଲୋକପାତ କରାଯାଇଥିଲା । ବୈଶାଖ ମେଳା ପାଇଁ ଆବଶ୍ୟକ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିବେଦନ କରାଯାଇଥିଲା । ମେଳା ର ପ୍ରଚାର ପ୍ରସାର ପାଇଁ ସମ୍ବାଦିକ ବନ୍ଧୁ ମାନଙ୍କୁ ମୁଖ୍ୟ ଦାୟିତ୍ୱ ପ୍ରଦାନ କରାଯିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଅଧିକ ସୃଦୃଢ଼ କରିବା ପାଇଁ ପୋଲିସ ବିଭାଗ ତରଫରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ କହିଥିଲେ । ଚଳିତ ବର୍ଷ ମେଳା କୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଏକ ୩୫ ଜଣିଆ ମେଳା କମିଟିର ଗଠନ କରାଯାଇଥିଲା । ଏହି କମିଟି ର ସଭ୍ୟ ମାନଙ୍କୁ ଗତବର୍ଷ ଭଳି ବିଭିନ୍ନ ବିଭାଗ ର ଦାୟିତ୍ୱ ଅର୍ପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲାଥିଲାଯାଇଥିଲା । ବୈଠକରେ ପାଇକମାଲ ବିଡ଼ିଓ ତଥା ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ , ଏସ ଡ଼ି ଏମ ଓ ପଦ୍ମପୁର , ବିଦ୍ୟୁତ ବିଭାଗର ଏସ ଡ଼ି ଓ ଶ୍ରୀ ପୁରନ୍ଦର ସାହୁ , ଆର ଡବ୍ଲୁ ଏସ ଏସ ର ଶ୍ରୀ ସତ୍ୟବ୍ରତ ମାଝୀ , ପାଇକମାଲ ରେଞ୍ଜର , ଅବକାରୀ ସବଇନ୍ସପେକ୍ଟର , ଅଗ୍ନିଶମ ବିଭାଗର ଅଧିକାରୀ , ଙ୍କର ସମେତ ପାଇକମାଲ ପଦ୍ମପୁର ଓ ଝାରବନ୍ଧ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026 ‘ହର ଘର ତ୍ରିରଙ୍ଗା’ ପାଇଁ ଟାଙ୍ଗୀରେ ବିରାଟ ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ବିଶାଳ ପଦଯାତ୍ରା ଓ ବିଏସଏଫ ବାଇକ ରାଲିରେ ପ୍ରକମ୍ପିତ ହେଲା ସହର by Proprietor Abhimanyu Maharana August 14, 2026