ରଣପୁର NAC ରେ ଆରମ୍ଭ ହେବାକୁ ଯାଉଛି : ଶ୍ରୀ ରାମ ଚନ୍ଦ୍ରଙ୍କ ଯୁଗ ଓ ବିଶାଳ ଶୋଭାଯାତ୍ରା

ମାର୍ଚ୍ଚ ୩୦ ୨୦୨୩ ଶ୍ରୀ ରାମ ନବମୀ ରେ ହେବାକୁ ଯାଉଅଛି ଶ୍ରୀ ରାମ ଚନ୍ଦ୍ରଙ୍କ ବିଶାଳ ଶୋଭାଯାତ୍ରା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ପବିତ୍ର ହିନ୍ଦୁ ନବବର୍ଷ ଉପଲକ୍ଷେ, ଶ୍ରୀ ରାମ ସେନା ଓ ବଜରଙ୍ଗ ଦଳ ତରଫରୁ ଦ୍ୱୀପ ପ୍ରଜ୍ଜଳିତ କରାଯାଇ ନବ ବର୍ଷ କୁ ସ୍ବାଗତ କରାଯାଇଛି, ମାର୍ଚ୍ଚ ୩୦ ୨୦୨୩ ଶ୍ରୀ ରାମ ନବମୀ ଶୋଭାଯାତ୍ରା ହେବାକୁ ଯାଉଅଛି ଯେଉଁଥିରେ ହଜାର ହଜାର ଶ୍ରୀ ରାମ ଚନ୍ଦ୍ର ଙ୍କ ଭକ୍ତ ଶୋଭାଯାତ୍ରାରେ ସାମିଲ୍ ହୋଇ, ରଣପୁର ଘଇଉ ପଞ୍ଚୁ ଦୋଳ ପଡ଼ିଆ ରେ ଥିବା ପ୍ରଭୁ ରଘୁନାଥ ଙ୍କ ମନ୍ଦିର ରୁ ଆଜ୍ଞା ମାଳ ଆଣି  ଏକ ବିଶାଳ ଶୋଭାଯାତ୍ରା ରଣପୁର ବଡ ଦାଣ୍ଡ ଦେଇ ମା ମଣୀନାଗ୍ ମନ୍ଦିର ପର‌୍ୟ୍ୟନ୍ତ ଆସିବ ଏବଂ ଏହି ଠାରେ ୪ରୁ ୫ ହଜାର ଶ୍ରୀ ରାମ ଚନ୍ଦ୍ର ଙ୍କ ଭକ୍ତ ମାନଙ୍କୁ ପ୍ରସାଦ ସେବନ କରାଇ ଶୋଭାଯାତ୍ରା ଶେଷ କରାଯିବ, ଏହି ବିରାଟ ଶୋଭାଯାତ୍ରା ପୂର୍ବାହ୍ନ ୩ ଘଣ୍ଟିକା ସମୟ ରୁ ସଂଧ୍ୟା ୮ ଘଣ୍ଟିକା ପର‌୍ୟ୍ୟନ୍ତ ରହିବ, ଏହି ବିରାଟ ଶୋଭାଯାତ୍ରା ରେ, ଶ୍ରୀ ରାମ ଚନ୍ଦ୍ର ଙ୍କ ବିଶାଳ ପ୍ରତିମୂର୍ତ୍ତି ସହିତ ହନୁମାନ ଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ, ଏବଂ ଅନେକ ଆକର୍ଷଣ ବେବସ୍ତା ରହିବ,

 

Exit mobile version